ଅନୁଗୁଳ: ଭିଡିଓ କଲ୍ରେ ଆତ୍ମହତ୍ୟା !

ଅନୁଗୁଳ: ସ୍ଥାନୀୟ ନାଲକୋ ନଗର ଥାନା ଅନ୍ତର୍ଗତ କୁଲାଡ଼ ହନୁମାନ ମନ୍ଦିର ସମ୍ମୁଖ ଏକ ଭଡ଼ା ଘରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ବେଳେ ସେ ଟେବୁଲ ଉପରେ ମୋବାଇଲ ଫୋନ୍କୁ ନିଜ ଆଡ଼କୁ ସାମନା କରାଇ ଆତ୍ମହତ୍ୟା କରିଥିଲେ। ସେ କହାହାକୁ ଭିଡିଓ କଲ୍ କରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି।
ମୃତ ଯୁବକ ଜଣକ ନିକଟସ୍ଥ ବେଡ଼ା ଗ୍ରାମର ବଳିଆ ସାହୁ (୨୬) ଏବଂ କିଛି ବର୍ଷ ହେବ ସ୍ଥାନୀୟ ଅଞ୍ଚଳରେ ରହି କାମ କରୁଥିଲେ। ବଳିଆ ଆଜି ସକାଳେ ନିଜର ଅନ୍ୟ ସାଥୀଙ୍କୁ କୋଠରୀ ବାହାରକୁ ଯିବାକୁ ଅନୁରୋଧ କରିଥିଲେ। ‘ମୁଁ ଫୋନରେ କଥା ହେଉଛି’ ବୋଲି ସା କହିଥିଲେ। ହେଲେ କିଛି ସମୟ ପରେ ଘରର କବାଟ ନ ଖୋଲିବାରୁ ସାଥୀଙ୍କର ସନ୍ଦେହ ହୋଇଥିଲା। ଏହାପରେ କବାଟ ଭାଙ୍ଗିବାରୁ ସିଲିଙ୍ଗ ଫ୍ୟାନ୍ ଗାମୁଛା ଲଗାଇ ବଳିଆଙ୍କୁ ଝୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ତୁରନ୍ତ ନାଲକୋ ନଗର ଥାନାରେ ଖବର ଦିଆଯାଇଥିଲା।
ପୁଲିସ ମୃତ ବଳିଆଙ୍କର ଶବ ଜବତ କରି ବ୍ୟବଚ୍ଛେଦ ଲାଗି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତଦନ୍ତ ପରେ ଆତ୍ମହତ୍ୟାର ଉପଯୁକ୍ତ କାରଣ ଜଣାପଡ଼ିବ ବୋଲି ପୁଲିସ ପ୍ରକାଶ କରିଛି।