ତପସ୍ୟା ଫାଉଣ୍ଡେସନ ତରଫରୁ ଅନଲାଇନ୍ କବିତା ପାଠୋତ୍ସବ

ଭୁବନେଶ୍ଵର : ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ପାଇଁ କାର୍ଯ୍ୟ କରିଆସୁଥିବା’ ତପସ୍ୟା ଫାଉଣ୍ଡେସନ ‘ ପକ୍ଷରୁ ଆଜି ଏକ ସର୍ବଭାରତୀୟ ଦ୍ବିଭାଷୀ ଅନଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।
ଫାଉଣ୍ଡେସନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ପଣ୍ଡା ମୁମ୍ବାଇରୁ ଏହି କାର୍ଯ୍ୟକ୍ରମର ସଞ୍ଚାଳନ କରିଥିଲେ। ଏଥିରେ ନୂଆଦିଲ୍ଲୀରୁ ନ୍ୟୁଜ୧୮ ଡିଜିଟାଲ ସମ୍ପାଦକ ତଥା କବି ନିଧୀଶ ତ୍ୟାଗୀ, ଗୋପା ନାୟକ, ନନ୍ଦିନୀ ସାହୁ, ନିଖିଳେଶ ମିଶ୍ର, ମୈ।ସୁମୀ ଦାସ; ମୁମ୍ବାଇରୁ ସତ୍ୟବ୍ରତ ମହାପାତ୍ର, କଳାହାଣ୍ଡିରୁ ଡିଲେଶ୍ବର ରଣା, ଜୟଦ୍ରଥ ସୁନା ଓ ଯାଦବେନ୍ଦ୍ର ସାହା, ପୁରୀରୁ ରଜତ ମହାନ୍ତି ଓ ରାଉରକେଲାରୁ ମୋନାଲିସା ମିଶ୍ର ପ୍ରମୁଖ କବିତା ପାଠ କରିଥିଲେ।
ଅନ୍ୟ ପକ୍ଷରେ ଭୁବନେଶ୍ଵରରୁ ଶକ୍ତି ମହାନ୍ତି, ପବିତ୍ର ମୋହନ କର, ସରୋଜ ବଳ, ଶତ୍ରୁଜିତ୍, ଆଦ୍ୟାଶା ଦାସ, ମନୁଆ ଦାଶ, କେଦାର ମିଶ୍ର ଏବଂ ସୁରେଖା ମହାପାତ୍ର ପ୍ରମୁଖ ନିଜ ନିଜ କବିତା ପାଠ କରିଥିଲେ।
ଲକ୍ ଡାଉନ ସମୟ ମଧ୍ୟରେ ଏବଂ ପରେ ମଧ୍ୟ ଏହିଭଳି ଅନଲାଇନ୍ ସାହିତ୍ୟ କାର୍ଯ୍ୟକ୍ରମ ଜାରି ରଖିବାକୁ ଶିଳ୍ପପତି ଓ ଶିକ୍ଷାବିତ କମଳେଶ ମିଶ୍ର ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟକ୍ରମରେ ଭାଗ ନେଇଥିବା କବିମାନେ ଏହାକୁ ସମର୍ଥନ କରିଥିଲେ। ଲକ୍ ଡାଉନ ସମୟରେ ତପସ୍ୟା ଫାଉଣ୍ଡେସନ ତରଫରୁ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ସମସ୍ତେ ଫାଉଣ୍ଡେସନ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ।