Odisha Link
Bridging the Missing Links in Odisha

ମାଡ଼ିଗଲା ମାଲବାହୀ ଟ୍ରେନ୍, ଚାଲିଗଲା ୧୪ ପ୍ରବାସୀ ଶ୍ରମିକଙ୍କ ଜୀବନ

ଔରଙ୍ଗାବାଦ: ଆଜି ସକାଳୁ ସକାଳୁ ଅଘଟଣ। ମାଲବାହୀ ଟ୍ରେନ୍‌ ଧକ୍କାରେ ୧୪ ଜଣ ପ୍ରବାସୀ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏବଂ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଆହାତ ମାନଙ୍କୁ ଔରଙ୍ଗାବାଦ ସିଭିଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳ ୫ଟା ୧୫ ମିନିଟରେ ଏଭଳି ଅଘଟଣ ହୋଇଛି। ଏଭଳି ଘଟଣା ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ହୋଇଛି।

ଔରଙ୍ଗାବାଦ-ନାନ୍ଦେଡ୍ ରୁଟ୍‌ର କର୍ମଦ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଶ୍ରମିକମାନେ ଟ୍ରେନ୍‌ ଲାଇନ୍‌ରେ ଚାଲି ଚାଲି ନିଜ ରାଜ୍ୟ ମଧ୍ୟପ୍ରଦେଶକୁ ଫେରୁଥିଲେ ଏବଂ କ୍ଲାନ୍ତ ଅନୁଭବ କରିବାରୁ ଟ୍ରାକରେ ଶୋଇ ପଡ଼ିଥିଲେ ବୋଲି ସ୍ଥାନୀୟ କରମଡ ପୋଲିସ୍‌ ଷ୍ଟେସନ୍‌ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Comments are closed.