Odisha Link
Bridging the Missing Links in Odisha

କରୋନା: ୧୭୨ ଗୁଜରାଟ ଫେରନ୍ତା ଆକ୍ରାନ୍ତ

ଭୁବନେଶ୍ବର: ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୮୩ ଜଣ ବ୍ୟକ୍ତିଙ୍କ ଠାରେ କରୋନା‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ୬୧ ଜଣ ହେଉଛନ୍ତି ଗୁଜରାଟ ଫେରନ୍ତା। ଗତକାଲି ସୁଦ୍ଧା ରାଜ୍ୟରେ ୧୧୧ ଜଣ ଗୁଜରାଟ ଫେରନ୍ତା କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ଏହ ସଂଖ୍ୟା ୧୭୨ରେ ପହଞ୍ଚିଛି। ରାଜ୍ୟରେ ଆଜି ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୭ରେ ପହଞ୍ଚିଛି।

ଗଞ୍ଜାମରେ ସର୍ବାଧିକ ଗୁଜରାଟ ଫେରନ୍ତା କରୋନା ସଂକ୍ରମିତ ହୋଇଛନ୍ତି। ମେ’ ୩ ତାରିଖରେ ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୨ ଜଣ ସୁରତ ଫେରନ୍ତା କରୋନା ଆକ୍ରାନ୍ତ ବୋଲି ଜଣା ପଡ଼ିଥିବା ବେଳେ ସେହି ଜିଲ୍ଲାରୁ ମେ’ ୫ ଓ ୬ ତାରିଖରେ ଆଉ ୨ଜଣଙ୍କର ରିପୋର୍ଟ ପଜିଟିଭ ଆସିଛି। ମେ’ ୭ ତାରିଖରେ ଗଞ୍ଜାମରୁ ଆଉ ୨୪ ଜଣ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ହୋଇଥିବା ବେଳେ ମେ’ ୮ରେ ଜିଲ୍ଲାରେ ୪୧ ଜଣ ଓ ମେ’ ୯ରେ ୧୮ ଜଣ ଆକ୍ରାନ୍ତ ହୋଇଥିଲେ। ଆଜି (ମେ’ ୧୦) ଗଞ୍ଜାମ ଜିଲ୍ଲାରେ ଆଉ ୩୬ ଜଣ ଗୁଜରାଟ ଫେରନ୍ତା ଆକ୍ରାନ୍ତ ଠାବ ହୋଇଛନ୍ତି।

ଗଞ୍ଜାମ ସମେତ ରାଜ୍ୟର ୧୧ଟି ଜିଲ୍ଲାରେ ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ ମିଳିଛନ୍ତି।

୧୦ ମେ ୨୦୨୦ ସୁଦ୍ଧା ଗୁଜରାଟ ଫେରନ୍ତା କରୋନା ଆକ୍ରାନ୍ତ
ଗଞ୍ଜାମ ୧୨୩
ଅନୁଗୁଳ ୧୩
ଭଦ୍ରକ ୧୦
ମୟୁରଭଞ୍ଜ ୮
ଜଗତସିଂହପୁର ୫
କେନ୍ଦ୍ରାପଡ଼ା ୫
ବୌଦ୍ଧ ୩
ଯାଜପୁର ୨
କଟକ ୧
ବାଲେଶ୍ବର ୧
ନୟାଗଡ଼ ୧

Comments are closed.