Odisha Link
Bridging the Missing Links in Odisha

ମନମୋହନ ସିଂହ ଅସୁସ୍ଥ, AIIMSରେ ଭର୍ତ୍ତି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମନମୋହନ ସିଂହ ଆଜି ରାତିରେ ଦିଲ୍ଲୀ ସ୍ଥିତ ଏମ୍‌ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଆଜି ରାତି ୮ଟା ୪୫ରେ ହୃଦରୋଗ ବିଭାଗରେ ଚିକିତ୍ସା ପାଇଁ ରଖାଯାଇଛି।

୮୭ ବର୍ଷିୟ ଅର୍ଥନୀତିଜ୍ଞ ମନମୋହନ ସିଂହ ୨୦୦୯ ମସିହାରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏମ୍‌ସରେ ହୃତପିଣ୍ଡରେ ବାଇପାସ୍-ସର୍ଜରୀ କରାଇଥିଲେ।

Comments are closed.