Odisha Link
Bridging the Missing Links in Odisha

ଆଉ ୭୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଜି ସକାଳୁ ସକାଳୁ ଆଉ ୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୧୧ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟରୁ ସୂଚନା ରହିଛି।

ଆଜି ଚିହ୍ନଟ ହୋଇଥିବା ୭୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ ଗଞ୍ଜାମର। ଏବଂ ସମସ୍ତେ ସୁରଟ ଫେରନ୍ତା ଏବଂ କ୍ବାରାଣ୍ଟିନରେ ଥିବା ନେଇ ସୂଚନା ରହିଛି। ସେହିପରି ଖୋର୍ଦ୍ଧାରେ ଆଉ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତେ ସୁରଟ ଫେରନ୍ତା ଓ କ୍ବାରାଣ୍ଟିନରେ ଥିବା ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ସେହିପରି ଭଦ୍ରକରେ ୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୫ଜଣ ସୁରଟ ଫେରନ୍ତା, ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ଓ ଜଣେ କର୍ଣ୍ଣାଟକ ଫେରନ୍ତା ଏବଂ ସମସ୍ତେ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହୁଥିଲେ ବୋଲି ସ୍ପଷ୍ଟ ସୂଚନା ରହିଛି। ଯାଜପୁରରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ଏବଂ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଥିଲେ। ସେହିପରି ସୁନ୍ଦରଗଡ଼ରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି।

ରାଜ୍ୟରେ ବର୍ତ୍ତମାନ ୬୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୬୫ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଚନ୍ତି।

ଗତକାଲି ରାଜ୍ୟରେ ୧୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସକାଳୁ ରାଜ୍ୟରେ ଆଉ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ସରକାର।

Comments are closed.