Odisha Link
Bridging the Missing Links in Odisha

ଖୋଲିଲା ବଦ୍ରିନାଥ ମନ୍ଦିର

ନୂଆଦିଲ୍ଲୀ: ଆଜି ଭୋରୁ ଭୋରୁ ଖୋଲିଲା ପ୍ରସିଦ୍ଧ ବଦ୍ରିନାଥ ମନ୍ଦିର। ମନ୍ଦିରର ମୁଖ୍ୟ ପୂଜକଙ୍କ ସମେତ ୨୭ଜଣଙ୍କ ଉପସ୍ଥିତିରେ ଭୋର ୪ଟା ୩୦ରୁ ଫାଟକ ଖୋଲା ଯାଇଥିଲା। ଏହାପରେ ପାରମ୍ପରିକ ରୀତିନୀତିରେ ଭଗବାନ ବିଷ୍ଣୁଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ମନ୍ଦିର ଫାଟକ ଖୋଲିବା ପୂର୍ବରୁ ପୂରା ମନ୍ଦିରକୁ ସୁନ୍ଦର ପୁଷ୍ପମାଳାରେ ସୁସଜ୍ଜିତ କରାଯାଇଥିଲା।

ବଦ୍ରିନାଥ ମନ୍ଦିର ଉତ୍ତରାଖଣ୍ଡର ଚାମୋଲି ନଦୀକୂଳରେ ପ୍ରାୟ ୧୦ହଜାର ଫୁଟ ଉଚ୍ଚତାରେ ରହିଛି। ତେବେ ମହାମାରୀ କରୋନା ଯୋଗୁ ସର୍ବସାଧାରଣ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଜାରି କରାଯାଇଛି। କୋଭିଡ୍‌-୧୯କୁ ନେଇ କେନ୍ଦ୍ର ସରକାର ଜାରି କରିଥିବା ଗାଇଡ୍‌ଲାଇନ୍ସକୁ ଦୃଷ୍ଟିରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନାଥାଉକି, ଗତବର୍ଷ ଯେଉଁଦିନ ବଦ୍ରିନାଥ ମନ୍ଦିରର ଫାଟକ ଖୋଲିଥିଲା ସେ ଦିନ ପ୍ରାୟ ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।

Comments are closed.