ବଡ଼ ଖବର: ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସବୁ ପିଲା ପାସ୍

ଭୁବନେଶ୍ବର: ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ପିଲା ପାସ୍। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛି ଗଣଶିକ୍ଷା ବିଭାଗ। କରୋନା କଟକଣା ପାଇଁ କେହି ହେବେନି ଫେଲ୍। ରାଜ୍ୟରେ ପ୍ରଥମରୁ ଅଷ୍ଟମ ପଢୁଥିବା ସବୁ ପିଲା ପାସ୍। କରୋନା ସ୍ଥିତି ନେଇ ଏହି ଶ୍ରେଣୀର ସବୁ ଛାତ୍ରଛାତ୍ରୀଙ୍କୁ ପାସ୍ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।
କେବଳ ଏତିିକି ନୁହେଁ ନବମ ଶ୍ରେଣୀରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବାକୁଥିବା ପିଲାମାନଙ୍କ ପାଇଁ ମଧ୍ୟ ଭଲ ଖବର। ନବମରୁ ଦଶମ ଶ୍ରେଣୀକୁ ସର୍ତ୍ତମୂଳକ ପାସ୍ କରିବାକୁ ନିଷ୍ପତ୍ତି ନେଇଛି ବିଭାଗ। ତେବେ ସର୍ତ୍ତ ମଧ୍ୟରେ ରହିଛି, ଷାଣ୍ମାସିକ ପରୀକ୍ଷାରେ ଥିବା ନମ୍ବର ଅଧାରରେ ନବମରୁ ଦଶମକୁ ପାସ୍ ହୋଇପାରିବେ ଛାତ୍ରଛାତ୍ରୀ। ଆଉ ଯେଉଁ ପରୀକ୍ଷା ହୋଇପାରିନି ତାହାର ଷାଣ୍ମାଷିକ ନମ୍ବରକୁ ନେଇ ପାସ୍ କରାଯିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।