Odisha Link
Bridging the Missing Links in Odisha

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୩ୟ ପର୍ଯ୍ୟାୟ ଘୋଷଣା କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ପ୍ରରିପେକ୍ଷୀରେ ମତ୍ସ୍ୟ ଚାଷ ପାଇଁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ମାଛ ଚାଷକୁ ପ୍ରୋତ୍ସାହନ ଦେବାକୁ ଅର୍ଥମନ୍ତ୍ରୀ କରିଛନ୍ତି ସ୍ୱତନ୍ତ୍ର ଘୋଷଣା।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ପାଇଁ ୨୦ ହଜାର କୋଟି ଟଙ୍କା ଘୋଷଣା କଲେ ଅର୍ଥମନ୍ତ୍ରୀ। ମତ୍ସ୍ୟ ଚାଷ ପାଇଁ ୧୧ ହଜାର କୋଟି ଟଙ୍କା ଅନୁଦାନ ପ୍ରଦାନ କରାଯିବ। ଫିସିଂ ହାର୍ବର, ମାର୍କେଟ, ମଣ୍ଡି ନିର୍ମାଣ ପାଇଁ ୯ ହଜାର କୋଟି ଦିଆଯିବ। ଆଗାମୀ ୫ ବର୍ଷରେ ଅତିରିକ୍ତ ୭୦ ଲକ୍ଷ ଟନ୍‌ ମାଛ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ୫୫ ଲକ୍ଷ ଲୋକଙ୍କୁ କର୍ମ ନିଯୁକ୍ତି ମିଳିବ ବୋଲି କହିଲେ ନିର୍ମଳା ସୀତାରମଣ।

ପଶୁଙ୍କୁ ବିଭିନ୍ନ ରୋଗରୁ ରକ୍ଷା କରିବା ପାଇଁ ବ୍ୟାପକ ଟୀକାକରଣ ଯୋଜନା। ୫୩ କୋଟି ଗୋରୁ, ଗାଇ ଓ ମଇଁଷିଙ୍କୁ ଟୀକାକରଣ କରାଯିବ। ଟୀଟାକରଣ ପାଇଁ ୧୩, ୩୩୪ କୋଟି ଖର୍ଚ୍ଚ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଗୋପାଳନ ଡାଏରୀ ପାଇଁ ୧୫ ହଜାର କୋଟି ପାଣ୍ଠି ଯୋଗାଣ ହୋଇଛି। ଏହି ଅର୍ଥରାଶି ଦୁଗ୍ଧ ପ୍ରୋସେସିଂ ପ୍ଲାଣ୍ଟ, ଗୋଖାଦ୍ୟ କାରଖାନା ସ୍ଥାପନ ପାଇଁ ଖର୍ଚ୍ଚ ହେବ।

Comments are closed.