Odisha Link
Bridging the Missing Links in Odisha

ଟ୍ବିନ୍‌ ସିଟି: ରାତିରେ ଦେଢ଼ଘଣ୍ଟା ଧରି ପ୍ରବଳ ବର୍ଷା, ପବନ

ଭୁବନେଶ୍ୱର: ଗୁରୁବାର ଦିନ ବିଳମ୍ବିତ ରାତିରେ ଟୁଇନ୍‌ ସିଟି ଭୁବନେଶ୍ବର ଓ କଟକରେ ପ୍ରବଳ ବର୍ଷା, ପବନ ସାଙ୍ଗକୁ ଘଡଘଡି ଜାରି ରହିଥିଲା। ରାତି ପ୍ରାୟ ୩ଟାରୁ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିଥିଲା। ଫଳରେ ରାଜଧାନୀ ଭୁବନେଶ୍ୱରର କିଛି ଅଞ୍ଚଳରେ ଗଛ ଭାଙ୍ଗି ପଡିଥିବାର ସୂଚନା ମିଳିଛି। ଏଥିସହିତ ବିଦ୍ୟୁତ୍‌ ସରବରାହ ବ୍ୟାଘତ ମଧ୍ୟ ହୋଇଥିଲା। ରାତିରେ ଦ୍ୱୈତ ନଗରୀରେ ପ୍ରବଳ ବର୍ଷା, ପବନ ଓ ଘଡଘଡିର ଭୟଙ୍କର ଶବ୍ଦ ସାଙ୍ଗକୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଯୋଗୁଁ ଲୋକେ ରାତି ସାରା ହନ୍ତସନ୍ତ ହୋଇଥିଲେ।

ଆଜି ସକାଳୁ ସକାଳୁ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ ବିଭିନ୍ନ ସ୍ଥାନରେ ଭାଙ୍ଗିଥିବା ଗଛ ଗୁଡ଼ିକ କାଟି ରାସ୍ତା ସଫା କରୁଥିବାର ମଧ୍ୟ ଦୃଶ୍ୟ ଦେଖିବାକୁ ମିଳିଛି।

Comments are closed.