Odisha Link
Bridging the Missing Links in Odisha

ନୟାଗଡ଼: ୭ଟି ବ୍ଲକ୍‌କୁ ବ୍ୟାପିଲା କରୋନା

ନୟାଗଡ଼: ରାଜ୍ୟରେ ଆଜି ୧୫ଟି ଜିଲ୍ଲାରେ ଆଉ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୧୭୨୩ ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଆଜି ନୟାଗଡ଼ ଜିଲ୍ଲାରୁ ଆଉ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୬୪ରେ ପହଁଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା।

ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଚିହ୍ନଟ ହୋଇଥିବା ୭ ଆକ୍ରାନ୍ତଙ୍କ ମଧ୍ୟରୁ ୬ଜଣ ନୂଆଗାଁ ବ୍ଲକର ହୋଇଥିବା ବେଳେ ଜଣେ ଭାପୁର ବ୍ଳକରୁ ଚିହ୍ନଟ ହୋଇଥିବା ସୂଚନା ରହିଛି। ଜିଲ୍ଲାର ଖଣ୍ଡପଡ଼ା ବ୍ଲକ୍‌କୁ ଛାଡ଼ି ବାକି ୭ଟି ବ୍ଲକ୍‌କୁ ମହାମାରୀ କରୋନା ବ୍ୟାପିଛି। ଏପର୍ଯ୍ୟନ୍ତ ଜିଲ୍ଲାରେ ୬୪ ଜଣ ଆକ୍ରାନ୍ତ ପିଜିଟଭ ଚିହ୍ନଟ ହୋଇଥିବା ବେଳେ ୯ଜଣ ସୁସ୍ଥ ହୋଇଛନ୍ତି। ଆଉ ୫୫ ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.