Odisha Link
Bridging the Missing Links in Odisha

ସାଂସଦ ନିଖୋଜ! ବାଲେଶ୍ବରରେ ଲାଗିଲା ପୋଷ୍ଟର

ବାଲେଶ୍ବର: “ସାଂସଦ ନିଖୋଜ ହୋଇ ଯାଇଛନ୍ତି, ତାଙ୍କୁ ଖୋଜିବାରେ ସହଯୋଗ କରନ୍ତୁ।” ଏଭଳି ଲେଖାଥିବା ପୋଷ୍ଟର ଏବେ ବାଲେଶ୍ବର ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସ୍ଥାନୀୟ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ବିଷୟରେ ସହର ସାରା ଏମିତି ପୋଷ୍ଟର ସବୁ ଲାଗିଛି।

ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଫଟୋ ଥାଇ ଦୁଇ ପ୍ରକାରର ପୋଷ୍ଟର କାନ୍ଥବାଡ଼ରେ ମରାଯାଇଛି। ଗୋଟିଏ ପୋଷ୍ଟରରେ ଇଂରାଜୀରେ ଉଲ୍ଲେଖ ଅଛି- “ମିଶିଙ୍ଗ୍! ବହୁଦିନ ହେଲା ବାଲେଶ୍ବରରେ ତାଙ୍କର ଦର୍ଶନ ନାହିଁ, ତାଙ୍କୁ ଖୋଜିବାରେ ଆମକୁ ସହଯୋଗ କରନ୍ତୁ।” ଅନ୍ୟ ଏକ ପୋଷ୍ଟରରେ ଉଲ୍ଲେଖ ଅଛି- “ହେଲ୍‌ପ! ଆମ ସାଂସଦ ନିରୁଦ୍ଦିଷ୍ଟ। ଦୟାକରି ତାଙ୍କୁ ଖୋଜିବାରେ ଆମକୁ ସହଯୋଗ କରନ୍ତୁ- ବାଲେଶ୍ବର ଜନସାଧାରଣ।”

ସହର ସାରା ଏମିତି ପୋଷ୍ଟର ସବୁ ଲାଗିଥିବା ବେଳେ ଏହା କିଏ ଲଗାଇଛି ଜଣାପଡ଼ିନାହିଁ। ସାଂସଦ କରୋନା ବିପତ୍ତି ପୂର୍ବ ଠାରୁ ଏଯାବତ୍‌ ବାଲେଶ୍ବର ମାଟି ମାଡ଼ି ନଥିବାରୁ କେହି ଏଭଳି ଅଭିନବ ଉପାୟରେ ବିରୋଧ କରିଥିବା ଅନୁମାନ କରାଯାଉଛି।

Comments are closed.