ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ ହ୍ବାଇଟ୍ ହାଉସ୍ ସମ୍ମୁଖରେ ବିକ୍ଷୋଭ

ଓ୍ବାଶିଂଟନ୍: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ। ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ହତ୍ୟା କରିଥିବା ଦର୍ଶାଇ ବିରୋଧ ପଦର୍ଶନ ଜାରି ରହିଛି। ବର୍ତ୍ତମାନ ଏହି ବିରୋଧ ହିଂସା ପ୍ରଦର୍ଶନ ଆମେରିକାର ହ୍ବାଇଟ ହାଉସ ପହଞ୍ଚିଛି। ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ ବିକ୍ଷୋଭକାରୀମାନେ ଏକାଠି ହୋଇଥିଲେ। ଏହାପରେ ହ୍ବାଇଟ ହାଉସ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୱାଶିଂଟନ ଡିସିର ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କରକୁ ନିଆଯାଇଥିଲା। ହ୍ବାଇଟ ହାଉସର ଅଧିକାରୀ ତଥା ଆଇନ ଶୃଙ୍ଖଳା ସୂତ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବଙ୍କରରେ ରାଷ୍ଟ୍ରପତି ଟ୍ରମ୍ପ ପ୍ରାୟ ଏକ ଘଣ୍ଟା ବିତାଇଥିଲେ। ପରେ ତାଙ୍କୁ ବାହାରକୁ ଅଣାଯାଇଥିଲା। ଆଇନ ଶୃଙ୍ଖଳା ଦୃଷ୍ଟରୁ ଏହା କରାଯାଇଥିଲା ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏଥିସହିତ ରାଷ୍ଟ୍ରପତି ଟ୍ରମ୍ପ ଏବଂ ଆମେରିକାର ପ୍ରଥମ ଲେଡି ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ପୁଅ ବରୁଣଙ୍କୁ ମଧ୍ୟ ବଙ୍କରକୁ ନିଆଯାଇଥିଲା ବୋଲି ସୂଚନା ମିଳିଛି।
ଗତ ସପ୍ତାହରେ ମିନ୍ନିଆପଲିସ୍ରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ ହୋଇଥିବା ବିରୋଧର ମୁକାବିଲା ପାଇଁ ଟ୍ରମ୍ପ ପରଦିନ ସିକ୍ରେଟ ସେବାକୁ ପ୍ରଶଂସା କରିଥିଲେ। ରାଷ୍ଟ୍ରପତିଙ୍କୁ ବଙ୍କରକୁ ନିଆଯିବା ଖବର ପ୍ରଥମେ ନ୍ୟୁୟର୍କ ଟାଇମ୍ସ ଦ୍ୱାରା ପ୍ରକାଶିତ ହୋଇଥିଲା।
ଶନିବାର ଦିନ ହ୍ବାଇଟ ହାଉସ ବାହାରେ ପ୍ରଦର୍ଶନ ଶେଷ ହେବାର କିଛି ଘଣ୍ଟା ପରେ ଟ୍ରମ୍ପ ନିଜକୁ ନିରାପଦ ଘୋଷଣା କରିଥିଲେ। ସେ ସହରର ଡେମୋକ୍ରାଟିକ୍ ମେୟରଙ୍କୁ ଟାର୍ଗେଟ କରି ହ୍ବାଉଟ ହାଉସ ବାହାରେ ପ୍ରଦର୍ଶନ କରୁଥିବା ଲୋକ ତାଙ୍କ ସମର୍ଥକ ବୋଲି କହିଛନ୍ତି।
https://twitter.com/realDonaldTrump/status/1266914470066036736