Odisha Link
Bridging the Missing Links in Odisha

ଆରମ୍ଭ ହେଲା +୨ ଖାତା ଦେଖା

ଭୁବନେଶ୍ବର: ମହାମାରି କରୋନା ସଙ୍କଟ ଓ ଲକ୍‌ଡାଉନ୍‌ ମଧ୍ୟରେ ଆରମ୍ଭ ହେଲା +୨ ଖାତା ଦେଖା। ୨୭ ଟି ଅନଲାଇନ ମୁଲ୍ୟାୟନ କେନ୍ଦ୍ରରେ ହେଉଛି ଯୁକ୍ତ ୨ ଖାତା ଦେଖା। ଆଜି ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ବିଭାଗ ପରୀକ୍ଷାର୍ଥୀଙ୍କ ଖାତାର ଇ-ମୂଲ୍ୟାୟନ ହେଉଛି।

ମୁଲ୍ୟାୟନ ୨ଟି ପର୍ଯ୍ୟାୟରେ ଏବଂ ୨ଟି ସିଫ୍ଟରେ ହେବ। ପ୍ରଥମ ସିଫ୍ଟ ସକାଳ ୭ଟାରୁ ଦିନ ୧୨ଟା୩୦ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୧ଟାରୁ ସନ୍ଧ୍ୟା ୬ଟା ୩୦ ଯାଏଁ। ପରବର୍ତ୍ତି ପର୍ଯ୍ୟାୟରେ ଅର୍ଥାତ୍ ୮ ତାରିଖରୁ ଅଫଲାଇନରେ ଖାତା ମୁଲ୍ୟାୟନ ହେବ।

ଅପରପକ୍ଷେ ଜୁନ୍ ୧୭ରେ ଖୋଲିବ ନାହିଁ ସ୍କୁଲ। ସ୍ଥିତିର ଅନୁଧ୍ୟାନ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତି ନେବେ ରାଜ୍ୟ ସରକାର। ଏନେଇ ଗତକାଲି ସୂଚନା ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

Comments are closed.