Odisha Link
Bridging the Missing Links in Odisha

କରୋନା: ଦିନକରେ ସର୍ବାଧିକ ୧୫୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜି ପୁଣି ଆଉ ୧୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଓଡ଼ିଶାରେ ସର୍ବାଧିକ। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୪ର ପହଁଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୧୯ ଟି ଜିଲ୍ଲାରୁ ୧୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ-୧୭, ଯାଜପୁର-୧୧, ଖୋର୍ଦ୍ଧା-୩, କେନ୍ଦ୍ରାପଡା-୫୦, କଟକ-୨୦, ଜଗତସିଂହପୁର-୧୪, ଭଦ୍ରକ-୭, ବଲାଙ୍ଗୀର-୨, ନୟାଗଡ-୩, ସୁନ୍ଦରଗଡ-୩, ବୌଦ୍ଧ-୧, ନୂଆପଡା-୩, ମୟୂରଭଞ୍ଜ-୩, କେନ୍ଦୁଝର-୧, କନ୍ଧମାଳ-୯, ମାଲକାନଗିରି-୧, ସମ୍ବଲପୁର-୨, ବରଗଡ-୩, ସୋନପୁର-୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ୧୫୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୩ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବାବେଳେ ୩ଜଣ ସ୍ଥାନୀୟ ବାସିନ୍ଦା ବୋଲି ସୂଚନା ରହିଛି। ରାଜ୍ୟରେ ବର୍ତ୍ତମାନ ୨୧୦୪ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ସେମଧ୍ୟରୁ ୭ଜଣଙ୍କର ମୃତ୍ୟୁ ହୋିଥିବା ବେଳେ ୧୧୨୬ଜଣ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୯୬୯ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସମସ୍ତେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.