ନୟାଗଡ଼: ଆଉ ୩ ଚିହ୍ନଟ, ମୋଟ ୬୮

ନୟାଗଡ଼: ଆଜି ରାଜ୍ୟରେ ୧୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ୨୧୦୪ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଏଥିସହିତ ଆଜି ନୟାଗଡ଼ ଜିଲ୍ଲାରୁ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୬୮ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା।
ପୂର୍ବରୁ ଜିଲ୍ଲାରେ ୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା। ଆଜି ଆଉ ୩ ଆକ୍ରାନ୍ତ ଚିହ୍ନଟ ହେଲା ପରେ ଜିଲ୍ଲାରେ ୬୮ରେ ପହଁଞ୍ଚିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଜିଲ୍ଲାବାସୀଙ୍କର ଚିନ୍ତା ବଢ଼ିଛି। ଏସବୁ ମଧ୍ୟରେ ଜିଲ୍ଲାରେ ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ଜିଲ୍ଲାର ୪୭ ଜଣ ସକ୍ରିୟ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।