Odisha Link
Bridging the Missing Links in Odisha

ଆଜିଠୁ ମହଙ୍ଗା ହେଲା ଏଲପିଜି ସିଲିଣ୍ଡର, ଦେବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ୬୮ ଦିନ ପରେ ଭାରତରେ ଆଜିଠୁ ଆରମ୍ଭ ହୋଇଛି ଅନ୍‌ଲକ୍‌ର ୧ମ ପର୍ଯ୍ୟାୟ। ଏବଂ ଏହାର ପ୍ରଥମ ଦିନରେ ହିଁ ଜନସାଧାରଣଙ୍କୁ ଲାଗିଛି ଝଟକା। କାରଣ ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢାଇବାକୁ ଘୋଷଣା କରିଛନ୍ତି।

୧୪.୨ କିଲୋଗ୍ରାମ ବିନା ସବସିଡି ସିଲିଣ୍ଡର ଦିଲ୍ଲୀରେ ୧୧ ଟଙ୍କା ୫୦ ପଇସା ମାହଙ୍ଗା ହୋଇଛି। ଏବେ ନୂଆ ଦାମ ଦାମ ବୃଦ୍ଧି ପାଇ ୫୯୩ ଟଙ୍କା ହୋଇଛି। ଅନ୍ୟ ସହରରେ ମଧ୍ୟ ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। କୋଲକାତାରେ ୩୧ ଟଙ୍କା ୫୦ ପଇସା, ମୁମ୍ବାଇରେ ୧୧ ଟଙ୍କା ୫୦ ପଇସା, ଚେନ୍ନାଇରେ ୩୭ ଟଙ୍କା ମହଙ୍ଗା ହୋଇଛି। ମେ ମାସରେ ୧୬୨ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା।

ଆଇଓସି ୱେବସାଇଟରେ ଦିଆଯାଇଥିବା ଦାମ ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିନା ସବସିଡି ସିଲିଣ୍ଡର ୫୯୩ ଟଙ୍କା ହୋଇଛି । ସେହିପରି କୋଲକାତାରେ ୬୨୬ ଟଙ୍କା, ମୁମ୍ବାଇରେ ୫୯୦ ଟଙ୍କା ୫୦ ପଇସା, ଚେନ୍ନାଇରେ ୬୦୬ ଟଙ୍କା ୫୦ ପଇସା ହୋଇଛି । ୧୯ କିଲୋଗ୍ରାମ LPG ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି, ଯାହାକି ଜୁନ୍ ୧ ରୁ ଲାଗୁ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୧୦ ଟଙ୍କା ମହଙ୍ଗା ହୋଇଛି । ଏହାପୂର୍ବରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୨୯.୫୦ ଟଙ୍କା ଥିଲା ଯାହା ଜୁନ୍ ୧ ରୁ ୧୧୩୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

Comments are closed.