Odisha Link
Bridging the Missing Links in Odisha

୧୧ଟି ଜିଲ୍ଲାରେ ୨ ଦିନିଆ (ଶନିବାର ଓ ରବିବାର) ସଟ୍‌ଡାଉନ୍

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ସମୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।

ଏଥିସହିତ ରାଜ୍ୟର ୧୧ଟି ଜିଲ୍ଲାକୁ ୨ ଦିନ (ଶନିବାର ଓ ରବିବାର) ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର। ଅଧିକ କରେନା ପ୍ରଭାବିତ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ,ବାଲେଶ୍ୱର ଏବଂ ବଲାଙ୍ଗିର ଜିଲ୍ଲାରେ ୨ ଦିନିଆ ସଟ୍ ଡାଉନ୍ ରହିବ ବୋଲି ଘୋଷଣା କରିଛନ୍ତି ସରକାର। ଏହି କଟକଣା ଜୁନ୍‌ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲିି ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି।

ସଟ୍‌ଡାଉନ୍ ୨ ଦିନ କୌଣସି ଅଫିସ ଖୋଲା ରହିବ ନାହିଁ ବୋଲି ସୂଚନା ଦିଆଯାଇଛି।  ସଟ୍‌ଡାଉନ୍ ବେଳେ କେବଳ ଔଷଧ ଦୋକାନ  ଓ ଜରୁରୀକାଳୀନ ସବୋ ମଳିପାରିବ ବୋଲି ଶ୍ରୀତ୍ରିପାଠୀ ସୂଚନା ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ, ଜୁନ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କହିଥିଲେ। କରୋନା ସଂକ୍ରମଣ ସାଧାରଣତଃ ଟ୍ରାଭେଲରମାନଙ୍କ ପାଇଁ ହେଉଛି। ସଂକ୍ରମଣ ରୋକିବା ପାଇଁ ଆମେ ସେଥିପ୍ରତି ଅଧିକ ଗୁରୁତ୍ୱ ଦେଉଛୁ। ଗତକାଲି ସୁଦ୍ଧା ରାଜ୍ୟକୁ ମୋଟ ୪,୨୬, ୫୦୪ ପ୍ରବାସୀ ଆସିଛନ୍ତି। ଯେତେ ଅଧିକ ପ୍ରବାସୀ ଆସିବେ ପଜିଟିଭ ସଂଖ୍ୟା ସେତେ ବଢିବ। ଲକଡାଉନ ଗତକାଲିଠୁ ଅର୍ଥାତ୍‌ ରବିବାର ସରିଛି । ଆଜି ଠାରୁ ଅନଲକ-୧ ଆରମ୍ଭ ହୋଇଛି। ପଜିଟିଭ ଦୃଷ୍ଟିରେ ରଖି ଆମେ ଗାଇଡ ଲାଇନ କରିବାକୁ ଯାଉଛୁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଏଥିସହିତ ଓଡ଼ିଶାର ସମସ୍ତ ସ୍କୁଲ ଓ କଲେଜ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ଏଥିସହିତ ଆସନ୍ତା ୩୦ ଜୁନ ଯାଏଁ ଧର୍ମୀୟ ସ୍ଥାନକୁ ସର୍ବସାଧାରଣ ପ୍ରବେଶକୁ ମନା କରାଯାଇଛି । ସପିଙ୍ଗ କମ୍ପ୍ଲେକ୍ସ ମଧ୍ୟ ଜୁନ ୩୦ ଯାଏ ଖୋଲି ପାରିବ ନାହିଁ । ୩୦% କ୍ଷମତାକୁ ନେଇ ହୋଟେଲ ଖୋଲିପାରିବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

Comments are closed.