Odisha Link
Bridging the Missing Links in Odisha

ଏଣିକି ମାସ୍କ ନପିନ୍ଧିଲେ ଗିରଫ: ଡିଜିପି

ଭୁବନେଶ୍ବର: ଏଣିକି କୌଣସି ବ୍ୟକ୍ତି ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଅବସ୍ଥାରେ ଯଦି ଧରା ପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି କହିଛନ୍ତି ଡିଜିପି ଅଭୟ।

ସେ ଆହୁରି କହିଛନ୍ତି ଯେ, ବାହାରେ ଛେପ ପକାଇଲେ ଓ ମାସ୍କ ନପିନ୍ଧିଲେ ଅଧିକ ଏଣିକି ଅଧିକ ଜୋରିମାନା ଆଦାୟ କରାଯିବ। ପ୍ରଥମ ଓ ୨ୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୫ ଶହ ଟଙ୍କା ଜୋରିମାନା ଆଦାୟ କରାଯିବ। ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯିବ। ମାସ୍କ ନପିନ୍ଧିଲେ ଜୋରିମାନା ସହ ଗିରଫ ବି କରାଯିବ। ଏପିଡେମିକ ଆକ୍ଟ ଅନୁସାରେ ଗିରଫ କରାଯିବ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଘୋଷଣା କରିଥିଲେ। ହେଲେ ଓଡ଼ିଶାରେ ପୂର୍ବଭଳି ରାତି ୭ରୁ ସକାଳ ୭ ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ଘୋଷଣା କରିଛନ୍ତି ଡଜିପି ଅଭୟ।

ସେହିପରି ବିନା କାରଣରେ ବାହାରେ ନବୁଲିବାକୁ ଡିଜିପି କହିଛନ୍ତି। ଅନ୍ୟପକ୍ଷରେ ୧୧ଟି ଜିଲ୍ଲାରେ ପ୍ରତି ଶନିବାର ଓ ରବିବାର ଲାଗୁ ହେବାକୁ ଥିବା ସଟଡାଉନବେଳେ କେବଳ ଔଷଧ ଦୋକାନ ଖୋଲା ରହିବ। ସାରା ଜୁନ ମାସ ପାଇଁ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏକାଠି ହୋଇପାରିବେ। ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ ବୋଲି ଡିଜିପି କହିଛନ୍ତି ।

Comments are closed.