Odisha Link
Bridging the Missing Links in Odisha

ଫାଇନ୍‌ ଭରିଲେ ଅପରାଜିତା

ଭୁବନେଶ୍ବର: ଆଜି ଫାଇନ୍‌ ଭରିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। କୋଭିଡ ନିୟମ ଭଙ୍ଗ ପାଇଁ ଫାଇନ ଦେଇଛନ୍ତି ଅପରାଜିତା ଷଡ଼ଙ୍ଗୀ। ସ୍ୱେଚ୍ଛାକୃତଭାବେ ଫାଇନ ଦେବା ନେଇ ଶ୍ରୀମତୀ ଷଡ଼ଙ୍ଗୀ ଟ୍ୱିଟ କରି ଜଣାଇଛନ୍ତି। ଏହାଛଡ଼ା ଲୋକଙ୍କୁ ଆବେଗକୁ ସମ୍ମାନ ଜଣାଉଛନ୍ତି, ଏହା ଭଲ ଲକ୍ଷଣ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, କରୋନା ମୁକାବିଲା ପାଇଁ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦିଆଯାଉଛି। ଏପରିକି ଏହାକୁ କଡ଼ାକଡ଼ା ପାଳନ କରିବା ପାଇଁ ସରକାରଙ୍କ ପକ୍ଷରୁ କୁହାଯାଇଛି। ତେବେ ଗତକାଲି ସାଂସଦ ଏହାକୁ ଉଲ୍ଲଂଘନ କରିଥିଲେ। ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଘରକୁ ଯାଇଥିଲେ। ସେଠାରେ କିଛି ବିଜେପି ନେତା ଓ କର୍ମୀ ଏକାଠି ହୋଇଥିଲେ। ଏକାଧିକ ଲୋକ ଏକାଠି ହେବା ନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏପରିକି ବହୁ କର୍ମୀ ଅପରାଜିତାଙ୍କ ସହ ସେଲଫି ମଧ୍ୟ ଉଠାଇଥିଲେ। ଯେଉଁଠାରେ ସାମାଜିକ ଦୂରତ୍ୱର ନା ଗନ୍ଧ ବି ନଥିଲା।

କୋଭିଡ କଟକଣା ଉଲଂଘନ ଅଭିଯୋଗରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ମାମଲା ରୁଜୁ। ଭୁବନେଶ୍ୱର କ୍ୟାପିଟାଲ ଥାନାରେ ସାଂସଦଙ୍କ ନାମରେ ଏତଲା ଦିଆଯାଇଛି। ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ରହିଛି ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରଛନ୍ତି। ସାମାଜିକ ଦୂରତା ପାଳନ କରି, ମାସ୍କ ନପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଥିଲେ। ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ଛାଡିଥିଲେ। ଏହା ପରେ ସାଂସଦ ନିଜ ଆଡ଼ୁ ସ୍ୱେଚ୍ଛାକୃତଭାବେ ଫାଇନ ଭରିଛନ୍ତି। ଏଥିସହ ସାଧାରଣ ଲୋକଙ୍କ ସଚେତନତାକୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି।

Comments are closed.