Odisha Link
Bridging the Missing Links in Odisha

ଜୁନ୍‌ ମାସ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ: ନବୀନ

ଭୁବନେଶ୍ବର: କରୋନା ମହାମାରୀ ସଙ୍କଟ ମଧ୍ୟରେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସମ୍ବୋଧିତ କରି ନବୀନ ପଟ୍ଟନାୟକ କହିଛନ୍ତି ଯେ, ଜୁନ୍‌ ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଲକ୍‌ଡାଉନ କୋହଳ ହେବାର ଅର୍ଥ ନୁହେଁ କୋରୋନା ଚାଲିଗଲା। କୋରୋନା ବିରୋଧରେ ଲଢ଼େଇ ଏକ ଲମ୍ବା ଲଢ଼େଇ। କୋରୋନାର ମେଡିସିନ୍‌ ଆସି ନଥିବାରୁ ଆମକୁ ସତର୍କ ରହିବାକୁ ହେବ ବୋଲି ନବୀନ କହିଛନ୍ତି।

ଆଗକୁ ମୌସୁମୀ ଆସୁଛି। ଆମକୁ ଅଧିକ ସତର୍କ ହେବାକୁ ପଡିବ। ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଜୁ୍ନ୍ ୧୦ରୁ ମୌସୁମୀ ବର୍ଷା ହେବାର ସୂଚନା ମିଳୁଛି। ଆସନ୍ତା ୨୫ ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ଦିନଗୁଡିକର ପରିଚାଳନା ହିଁ ଆମ ପାଇଁ ଚ୍ୟାଲେଞ୍ଜ । ଜୁନ୍ ମାସରେ ୮ ଦିନ ସଟ୍‌ଡାଉନ୍ ହେବ ବୋଲି ନବୀନ କହିଛନ୍ତି।

ସଟଡାଉନ ସହ ନାଇଟ କର୍ଫ୍ୟୁ ମାନିବାକୁ ନବୀନଙ୍କ ନିବେଦନ। ଜୁନ ମାସରେ ସଟଡାଉନ ୮ ଦିନ ଏବଂ ପ୍ରତିଦିନ ରାତି ୭ରୁ ଭୋର ୫ ପୂରା ୧୦ ଘଣ୍ଟା କର୍ଫ୍ୟୁ ମାନିବା ଅର୍ଥାତ ୩୦ ଦିନରେ ୩୦୦ ଘଣ୍ଟା କର୍ଫ୍ୟୁ ସହ ୮ ଦିନ ସଟଡାଉନ ନିୟମ ମାନି ଜୁନରେ ଆମେ ମୋଟ ୧୭ ଦିନ ଘରେ ରହି କରୋନା ଠାରୁ ଦୂରରେ ରହିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କୋରୋନା ସଂକ୍ରମଣ ରୋକିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ୫ଟି ନିବେଦନ କରିଛନ୍ତି ନବୀନ। ୧: ଘରେ ରୁହନ୍ତୁ, ଜରରୁୀ କାମ ନଥିଲେ ବାହାରକୁ ଯାଆନ୍ତୁ ନାହିଁ ୨: ଯେତେବେଳେ ବି ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧିଲେ ୯୦ ପ୍ରତିଶତ କରୋନା ସଂକ୍ରମଣ କମିଯିବ। ୩: ହାଟ, ବଜାର, ଅଫିସ, ସବୁ ସ୍ଥାନରେ ସାମାଜିକ ଦୂରତା ମାନନ୍ତୁ। ୪: ଘରକୁ ଫେରିବା ପରେ ସାବୁନରେ ୨୦ ସେକେଣ୍ଡ ଭଲ ଭାବରେ ହାତ ଧୁଅନ୍ତୁ। ୫:୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍‌ ବର୍ଷର ଶିଶୁଙ୍କୁ ବାହାରକୁ ଯିବାକୁ ଦିଅନ୍ତୁ ନାହିଁ।

https://www.facebook.com/OdishaLink/videos/314529222871758/

Comments are closed.