Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ବିନା ଭକ୍ତରେ ହେଉଛି ସ୍ନାନଯାତ୍ରା

ପୁରୀ: ଆଜି ହେଉଛି ପବିତ୍ର ସ୍ନାନ ପୂର୍ଣ୍ଣିିମା। ଶ୍ରୀମନ୍ଦିର ପରିସରରେ ଚାଲିଛି ଶ୍ରୀଜିଉଙ୍କ ସ୍ନାନ ନୀତିକାନ୍ତି। ହେଲେ ମହାମାରୀ କରୋନା ଓ ଲକ୍‌ଡାଊନ୍‌ କଟକଣା ଯୋଗୁଁ ପ୍ରଥମ ଥର ଶ୍ରୀମନ୍ଦିର ଇତିହାସରେ ଶ୍ରଦ୍ଧାଳୁଙ୍କ ବିନା ହେଉଛି ସ୍ନାନଯାତ୍ରା।

ବିଳମ୍ବିତ ରାତିରୁ ପହଣ୍ଡିରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଆଣିବା ପରେ ମହାପ୍ରଭୁଙ୍କ ଗୁପ୍ତ ନୀତି କରାଯାଇଛି। ଆଉ ଶ୍ରୀମନ୍ଦିରର ଶ୍ରୀନଅରରୁ ବଡଠାକୁରଙ୍କୁ ସ୍ନାନମଣ୍ଡପକୁ ଅଣାଯାଇଛି। ଏବେ ସ୍ନାନ ମଣ୍ଡଳରେ ଚତୁର୍ଧାମୂରତିଙ୍କ ଟିଭି ପରଦାରେ ସିଧା ଦେଖୁଛନ୍ତି ଭକ୍ତଗଣ। ସେପଟେ ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ବିଭିନ୍ନ ନୀତି ତଥା – ଜଳବିଜେ ଓ ସ୍ନାନନୀତି ଅନୁଷ୍ଠିତ ହେବ।

ସକାଳ ୧୦ଟା ୩୦ରେ ଛେରାପହଁରା ନୀତି ହେବ। ଏହା ପରେ ଦିନ ୧୧ଟାରୁ ଦିନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ ଶ୍ରୀଜିଉ ହାତୀ ବେଶରେ ଦର୍ଶନ ଦେବେ। ପରେ ସଂଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ବାହୁଡ଼ା ପହଣ୍ଡି ଚାଲିବ ଏବଂ ଶ୍ରୀଜିଉ ଅଣସର ପିଣ୍ଡିକୁ ଯିବେ। ଏହା ସହ ଶୁକ୍ରବାର ରାତି ୪ଟା ରୁ ଅନବସର ନୀତି ଆରମ୍ଭ ହେବ ବୋଲି ନୀତି ନିର୍ଘଂଟ ହୋଇଛି। ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁଁ କୌଣସି ଧାର୍ମିକ ସମାବେଶ ଅନୁଷ୍ଠିତ ହେଉ ନାହିଁ।

Comments are closed.