Odisha Link
Bridging the Missing Links in Odisha

ଭୁବନେଶ୍ବରରେ କରୋନା: ଆଜି ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ଆଜି ସକାଳୁ ରାଜ୍ୟର ୨୧ଟି ଜିଲ୍ଲାରୁ ୧୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ଆଜି ଖୋର୍ଦ୍ଧା ଜିଲ୍ଲାରୁ ୨୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତନ୍ମଧ୍ୟର ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣ ହୋମ କ୍ୱାରେଣ୍ଟାଇନରେ ଥିବାବେଳେ ୬ଟି ଲୋକାଲ କେସ ବୋଲି ଜଣାଯାଇଛି।

ଭୁବନେଶ୍ୱର ୟୁନିଟ-୪ ଅଞ୍ଚଳରୁ ୨ଟି ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ଡୁମୁଡୁମା, ସାଲିଆସାହିରୁ ଜଣେ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି। ଆଇଗିଣିଆ, ଲକ୍ଷ୍ମୀସାଗରରୁ ଜଣେ ଲେଖାଏଁ ଲୋକାଲ କେସ ଚିହ୍ନଟ ହୋଇଛନ୍ତି।ଏହାକୁ ନେଇ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧କୁ ବୃଦ୍ଧି ପାଇଛି। ୮୧ରୁ ୫୧ ଜଣ ସୁସ୍ଥ ହୋଇଥିବାବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୨୭ଟି ଆକ୍ଟିଭ କେସ ଥିବା ସୂଚନା ରହିଛି।

ଶୁକ୍ରବାର ରାଜ୍ୟରେ ଆଉ ୧୩୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮ରେ ପହଁଚିଛି। ଅପରପକ୍ଷରେ ୧୪୮୧ ଜଣ ସୁସ୍ଥ ହୋଇଥିବାବେଳେ ୧୧୧୭ ଜଣ ବିଭିନ୍ନ କୋଭିଡ଼ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରଥମେ ନିଜାମୁଦ୍ଧିନ, ତା’ପରେ ପଶ୍ଚିମବଙ୍ଗ ଓ ଏବେ ପ୍ରବାସୀ ଓଡ଼ିଆଙ୍କ ଫେରନ୍ତା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି।

Comments are closed.