Odisha Link
Bridging the Missing Links in Odisha

ନୟାଗଡ଼ରେ ଡାକ୍ତର ଓ ନର୍ସଙ୍କୁ କରୋନା, ମୁଖ୍ୟ ଚିକିତ୍ସାଳୟର କିଛି ଓ୍ବାର୍ଡ ସିଲ୍

ନୟାଗଡ଼: ରାଜ୍ୟରେ ଆଜି ୧୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ଟପିଛି। ଏଥିସହିତ ନୟାଗଡ଼ ଜିଲ୍ଲାରୁ ଆଜି ଆଉ ୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ନୟାଗଡ଼ରେ ୩ଜଣ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୩ରେ ପହଁଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୩ଜଣଙ୍କ ମଧ୍ୟରୁ ଜଣେ ଡାକ୍ତର ଓ ଜଣେ ନର୍ସ କରୋନା ପଜିଟିଭ ଚିହ୍ନଟ ହୋିଛନ୍ତି। ଏହିଖବର ପାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ଓ୍ବାର୍ଡକୁ ସାନିଟାଇଜ କରି ସିଲ୍‌ କରାଯାଇଛି। ଏହାଫଳରେ ପୂର୍ବ ଅପେକ୍ଷା କମ୍‌ ରୋଗୀ ନୟାଗଡ଼ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି।

ଜିଲ୍ଲାରେ ମୋଟ ୯୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି। ଆଉ ବାକି ୨୫ ଜଣ ଆକ୍ରାନ୍ତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଜିଲ୍ଲାରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖା ବଢ଼ୁଥିବା ହେତୁ ଶନିବାର ଓ ରବିବାର ଜିଲ୍ଲା ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର।

Comments are closed.