Odisha Link
Bridging the Missing Links in Odisha

କରୋନା: ପରଲୋକରେ ଡିଏମ୍‌କେ ବିଧାୟକ

ଚେନ୍ନାଇ: ଭାରତରେ କରୋନ ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ଜଣେ ଡିଏମ୍‌କେ ବିଧାୟକଙ୍କର ମୃତ୍ୟୁ ହୋଇଛି। ବୁଧବାର ସକାଳେ ଡିଏମକେ ବିଧାୟକ ଜେ ଅମ୍ବାଜାହାନଙ୍କ ଦେହାନ୍ତ ହୋଇଛି। ସେ କରୋନା ପଜିଟିଭ୍ ଥିଲେ ଏବଂ ଜୁନ୍ ୨ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମୃତ୍ୟୁକୁ ନେଇ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ସମେତ ଅନେକ ନେତା ଦୁଃଖ ପ୍ରକାଶ କରିଛନ୍ତି।

ଡାକ୍ତରଖାନାରୁ ମିଳିଥିବ ସୂଚନା ଅନୁଯାୟୀ, ଡିଏମକେ ବିଧାୟକ ଜେ ଅମ୍ବାଜାହାନଙ୍କୁ ଜୁନ୍ ୨ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ କରୋନା ପଜିଟିଭ୍ ଥିଲେ ଏବଂ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ୩ଜୁନ୍ ରେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସୁସ୍ଥ ହେଇ ଆସୁଥିଲା ହେଲେ ଜୁନ୍ ୭ରେ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ଏହା ପରେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା।

Comments are closed.