Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ସାମ୍ବାଦିକ ସମ୍ମିଳନୀ, ଦିଲଶାନ୍‌ ଖାନ୍‌ ହତ୍ୟା ମାମଲାରେ ୯ ଗିରଫ

ରାଉରକେଲା: ରାଉରକେଲାରେ ବ୍ୟବସାୟୀ ଦିଲଶାନ ଖାନ୍‌ ହତ୍ୟାକାଣ୍ଡରେ ଜଡ଼ିତ ୯ ଜଣଙ୍କୁ ଗିରଫ କରିଛି ପୁଲିସ। ବିଭିନ୍ନ ଜିଲ୍ଲାର ଏସ୍‌ପିମାନଙ୍କ ସହ ଆଇଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ପରେ ପରେ ରାଉରକେଲା ଏସ୍‌ପି ଆଜି ସାମ୍ବାଦିକ ସମ୍ମିଳନୀ ଡାକି ଏ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନଙ୍କୁ ମଧ୍ୟ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ କରାଯାଇଥିଲା।

ଗତ ଜୁନ୍‌ ୭ ତାରିଖ ରାତିରେ ନଲା ରୋଡ୍‌ ନିବାସୀ ଦିଲଶାନ୍‌ ଖାନଙ୍କୁ ହତ୍ୟା କରାଯାଇଥିଲା। ପ୍ଲାଣ୍ଟ ସାଇଟ୍‌ ଥାନା ରେଲଓ୍ବେ କଲୋନୀରେ ତାଙ୍କ ଶବ ପଡ଼ିଥିଲା। ପରଦିନ ଅର୍ଥାତ୍‌ ଜୁନ୍‌ ୮ ତାରିଖରେ ଦିଲଶାନ୍‌ଙ୍କ ଶବକୁ ଏକ ବିଶାଳ ଶୋଭାଯାତ୍ରାରେ କବରଖାନାକୁ ନିଆଯାଇଥିଲା। ଏହି ଶୋଭାଯାତ୍ରାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଶାହ ସମେତ ୯ ଜଣଙ୍କୁ ଗିରଫ କରିଛି ପୁଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ଶିବ ସୁବ୍ରମଣି ସୂଚନା ଦେଇଛନ୍ତି।

Comments are closed.