Odisha Link
Bridging the Missing Links in Odisha

ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ: ଜଣେ ଭାରତୀୟ ମୃତ, ୨ ଆହାତ

ନୂଆଦିଲ୍ଲୀ: ଆଜି ଭାରତ-ନେପାଳ ସୀମାରେ ଗୁଳିକାଣ୍ଡ ହୋଇଛି। ବିହାରର ସୀତାମଢ଼ୀ ନିକଟରେ ଭାରତ-ନେପାଳ ସୀମାରେ ଏହି ଗୁଳିକାଣ୍ଡ ହୋଇଛି। ଏଥିରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଆହତ ହୋଇଛନ୍ତି। ବିହାରର ସଶସ୍ତ୍ର ସୀମା ବଳର ଆଇଜି ଏହି ସୂଚନା ଦେଇଛନ୍ତି। ନେପାଳ ପଟୁ ଗୁଳିମାଡ଼ କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଜାନକୀନଗର ସୀମାରେ ନେପାଳ ପୁଲିସ ପକ୍ଷରୁ ଗୁଳିମାଡ଼ କରାଯାଇଛି। ଗୁଳିମାଡ଼ ଯୋଗୁ ସୀମାନ୍ତବର୍ତ୍ତୀ ଚାଷଜମିରେ କାମ କରୁଥିବା ଜଣେ ଭାରତୀୟ ନାଗରିକଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଘଟଣା ପରେ ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ସୀମାରେ ଦୁଇ ଦେଶର ପୁଲିସ ମୁତୟନ ହୋଇଛନ୍ତି। ବିହାର ସୀମାନ୍ତବର୍ତ୍ତୀ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

ସୂଚନାଯୋଗ୍ୟ, ନେପାଳର ନୂଆ ନକ୍ସାକୁ ନେଇ ଭାରତ ଓ ନେପାଳ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। ନେପାଳ ଏହାର ନୂଆ ନକ୍ସାରେ ଭାରତର ଅନେକ ଅଞ୍ଚଳକୁ ନିଜର ଅଂଶ ବୋଲି ଦର୍ଶାଇଛି।

Comments are closed.