ଶେଷ ପୋଷ୍ଟରେ ମା’ଙ୍କୁ ମନେ ପକାଇଥିଲେ ସୁଶାନ୍ତ, ଜୀବନକୁ ନେଇ କହିଥିଲେ ଏହି କଥା..

ମୁମ୍ବାଇ: ଆଜି ୩୪ ବର୍ଷ ବୟସରେ ବଲିଉଡର ଷ୍ଟାଇଲିସ୍ ହିରୋ ସୁଶାନ୍ତ ସିଂ ରାଜପୁତଙ୍କ ପରଲୋକ ହୋଇଛି। ମୁମ୍ବାଇ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି ସୁଶାନ୍ତ। ଯାହାଫଳରେ ବଲିଡଉରେ ଶୋକର ଛାୟା ଖେଳିଯାଇଛି। ସୁଶାନ୍ତଙ୍କ ବିୟୋଗକୁ ସିନେ ପ୍ରେମୀ ସହଜରେ ଗ୍ରହଣ କରି ପାରୁନାହାନ୍ତିି।
ଆତ୍ସହତ୍ୟା ପୂର୍ବରୁ ସୁଶାନ୍ତ ଜୁନ୍ ୩ରେ ନିଜର ଇନଷ୍ଟ୍ରାଗାମ୍ରେ ଶେଷ ଥର ପାଇଁ ପୋଷ୍ଟ କରିଥିଲେ। ନିଜର ଶେଷ ପୋଷ୍ଟରେ ମା’ଙ୍କୁ ମନେ ପକାଇଥିଲେ ସୁଶାନ୍ତ। ସୁଶାନ୍ତ ଲେଖିଥିଲେ ଯେ, “ଲୁହରୁ ବାସ୍ପିତ ହେଉଥିବା ଅତୀତ, ଶେଷ ହେଉନଥିବା ସ୍ବପ୍ନ ଏକ ହସିବାର ରୂପ ନେଉଛି ଓ ଜୀବନ ଚାଲିଛି। ବର୍ତ୍ତମାନ ଏହି ଦୁଇଟି ଭିତରେ ଏବେ ବୁଝାମଣା ଚାଲିଛି… ମା।” ଜୀବନକୁ ନେଇ କହିଥିଲେ ଏହି କଥା ସୁଶାନ୍ତ। ସୂଚନାଥାଉକି, ସୁଶାନ୍ତ ମାତ୍ର ୧୬ ବର୍ଷ ବୟସରେ ୨୦୦୨ ମସିହାରେ ନିଜ ମାଙ୍କୁ ହରାଇଥିଲେ।
https://www.instagram.com/p/CA-S3cIDWOx/?utm_source=ig_web_copy_link
କିଛି ମାସ ତଳେ ଆତ୍ମହତ୍ୟା ବିଫଳତା ଓ ଆତ୍ମବିଶ୍ବାସ ଉପରେ ଆଧାରିତ ଚଳଚ୍ଚିତ୍ର “ଛିଛୋରେ” ରେ ମୁଖ୍ୟ ଭୂମିକା ରେ ଆସି ଦର୍ଶକଙ୍କ ହୃଦୟ ଜିତିଥିବା ଓ ଦର୍ଶକଙ୍କୁ ଆତ୍ମହତ୍ୟା କେବେ ବି ସମାଧାନ ନୁହେଁ ,ସଫଳ ହୁଅ କି ବିଫଳ ଜୀବନ ହିଁ ସବୁ କିଛି ବୋଲି ଶିକ୍ଷା ଦେଇଥିବା ସୁଶାନ୍ତ ନିଜେ ଆତ୍ମହତ୍ୟା କରିବା ସମସ୍ତଙ୍କୁ ବ୍ୟଥିତ କରିଛି। ସୁଶାନ୍ତ ବଲିଉଡରେ ୧୨ଟି ଫିଲ୍ମ କରିଥିଲେ।
ବଲିଉଡ ଜଗତରେ ‘କାଇ ପୋ ଛେ’ ଫିଲ୍ମରୁ କ୍ୟାରିଅର ଆରମ୍ଭ କରିଥିଲେ ସୁଶାନ୍ତ। ତାଙ୍କର ଶେଷ ଫିଲ୍ମ ‘ଦିଲ ବେଚାରା’ ଥିଲା। ସବୁଠୁ ବଡ଼ କଥା ହେଲା ୬ଦିନ ପୂର୍ବରୁ ଅର୍ଥାତ ଜୁନ୍ ୮ରେ ସୁଶାନ୍ତଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିୟନ ମଧ୍ୟ ଆତ୍ମହତ୍ୟା କରିଥିଲେ। ସେ ୧୪ ମହଲା ଛାତ ଉପରେ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ।
ଛଅମାସ ଧରି ଡିପ୍ରେସନ୍ ରେ ଥିଲେ ସୁଶାନ୍ତ , ବାହାରେ ବୁଲାବୁଲି ମିଶାମିଶି କରିବା ପ୍ରାୟ ବନ୍ଦ କରିଦେଇଥିଲେ ବୋଲି ମୁମ୍ବାଇ ପୋଲିସ୍ ପକ୍ଷରୁ କୁହାଯାଛିଛି।