ଭାରତ-ଚୀନ ବିବାଦ: ୨ ଓଡ଼ିଆ ଯବାନ ଶହୀଦ

ଭୁବନେଶ୍ବର: ଗଲୱାନା ଉପତ୍ୟକାରେ ଭାରତ ଓ ଚୀନ ମୁହାଁମୁହିଁ ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି। ଦେଶ ପାଇଁ ଜୀବନ ଦେଲେ ୨ ଓଡ଼ିଆ ଯବାନ। ଗଲ୍ଓ୍ୱାନ୍ ଉପତ୍ୟକାରେ ଭାରତ-ଚୀନ ସେନା ମୁହାଁମୁହିଁ ଘଟଣାରେ ଭାରତର ୨୦ ଯବାନ ଶହୀଦ ହୋଇଛନ୍ତି। ସେହି ଶହୀଦ ଯବାନଙ୍କ ମଧ୍ୟରେ ୨ଜଣ ଓଡ଼ିଆ ଅଛନ୍ତି। ଜଣେ ଯବାନଙ୍କ ଘର ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଓ ଅନ୍ୟଜଣେ କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳର ବୋଲି ସୂଚନା ମିଳିଛି। ହେଲେ ସରକାରୀ ଭାବେ ଏହା ସ୍ପଷ୍ଟ ହୋଇନାହିଁ।
ସୂଚନାମୁତାବିକ, ଶହୀଦ ଯବାନ ନନ୍ଦୁରାମ ସୋରେନ୍ଙ୍କ ଘର ରାଇରଙ୍ଗପୁର ବିଜାତଳା ବ୍ଲକ୍ ଅନ୍ତର୍ଗତ ଚମ୍ପାରଦା ଗାଁରେ ଏବଂ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ବିଅରପାଙ୍ଗା ଗାଁର ହେଉଛନ୍ତି ଚନ୍ଦ୍ରକାନ୍ତ ପ୍ରଧାନ(୨୮)। ୬ ବର୍ଷ ତଳେ ଚନ୍ଦ୍ରକାନ୍ତ ଭାରତୀୟ ସେନାରେ ଯୋଗ ଦେଇଥିଲେ। ବିହାର ୧୬-ରେଜିମେଣ୍ଟରେ ସେ ଯୋଗ ଦେଇଥିଲେ। ଦୁଇ ବର୍ଷ ପୂର୍ବେ ସେ ଲଦାଖରେ ଡ୍ୟୁଟି କରୁଥିଲେ।