ବେଲଗାମ ତେଲ ଦର, କ୍ରମାଗତ ୧୬ ଦିନ ପାଇଁ ବଢ଼ିଲା ଦର

ଭୁବନେଶ୍ବର: ଦିନକୁ ଦିନ ବେଲଗାମ ହେଉଛି ତେଲ ଦର। ଆଜି ସାରା ଦେଶରେ କ୍ରମାଗତ ୧୬ ଦିନ ପାଇଁ ତେଲ ଦର ବୃଦ୍ଧି ପାଇଛି। ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦରରେ ୫୮ ପଇସା ବୃଦ୍ଧି ଘଟିଛି।
ଦେଶରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ୭୯ ଟଙ୍କା ୫୬ ପଇସା ଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୮୫ ପଇସାରେ ପହଁଞ୍ଚିଛି। ସେହିପରି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ଆଜି ପେଟ୍ରୋଲ ୮୦ ଟଙ୍କା ୧୩ ପଇସା ଦରରେ ବିକ୍ରି ହେଉଛି। ସେହିପରି ଡିଜେଲର ଦର ରହିଛି ୭୭ ଟଙ୍କା ୦୪ ପଇସା । କଟକରେ ୮୦ ଟଙ୍କା ୩୯ ପଇସା ରହିଛି ପେଟ୍ରୋଲ ଦର ଓ ଡିଜେଲ ଲିଟର ପିଛା ୭୭ ଟଙ୍କା ୨୯ ଦରରେ ବିକ୍ରି ହେଉଛି ।
୧୬ ଦିନ ହେଲା ଲଗାତାର ତେଲ ଦର ବଢିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଗତ ୬ ତାରିଖରୁ ଆଜି ଯାଏଁ ପେଟ୍ରୋଲ ଦର ୮ ଟଙ୍କା ୪୧ ପଇସା ବଢ଼ିଥିବା ବେଳେ ଡିଜେଲ ୯ଟଙ୍କା ୩୧ ପଇସା ବୃଦ୍ଧି ପାଇଛି।