Odisha Link
Bridging the Missing Links in Odisha

ରଥଯାତ୍ରା: ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ

ପୁରୀ: ରଥଯାତ୍ରା ହେବ କି ନାହିଁ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବାକୁ ଥିବା ବେଳେ ରଥରେ ଆଜି ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି। ରୀତିିନୀତି ଅନୁସାରେ ଆଜି ରଥରେ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି।

ଆଜ୍ଞାମାଳ ଆସିବାପରେ ରଥ ନ ଗଡ଼ିଲେ ନୀତି ବନ୍ଦ ଆଶଙ୍କା ରହିଛି। ବିଧି ଅନୁସାରେ ରଥଯାତ୍ରା ପୂର୍ବଦିନ ଶ୍ରୀଜିଓଙ୍କ ତିନି ବାଡିରୁ ୩ଟି ଆଜ୍ଞାମାଳ ଆସି ତିନି ରଥରେ ରଖାଯାଇଥାଏ। ଏହାପରେ ସିଂହଦ୍ବାର ସମ୍ମୁଖକୁ ରଥ ଟଣାଯାଇଥାଏ।

ସେହିପରି ଶାସ୍ତ୍ରୀୟ ପରମ୍ପରା ଅନୁସାରେ ଶ୍ରୀଜିଓଙ୍କ ଚଳିତ ବର୍ଷ ରଥଯାତ୍ରା ସମ୍ପର୍କିତ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ଦଇତାପତି ନିଯୋଗ କହିଛନ୍ତି। କୋଭିଡ କଟକଣା ମାନି ସମସ୍ତ କାର୍ଯ୍ୟ କରାଯିବାନେଇ ଦଇତାପତି ନିଯୋଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Comments are closed.