Odisha Link
Bridging the Missing Links in Odisha

ଋଷ ଗସ୍ତରେ ରାଜନାଥ ସିଂହ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତ କରିଛନ୍ତି। ୨ୟ ବିଶ୍ଵଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏଟ ରୁଷର ବିଜୟର ୭୫ତମ ବର୍ଷ ଉପଲକ୍ଷେ ହେଉଥିବା ପରେଡ୍‌ରେ ଯୋଗ ଦେବେ ରାଜନାଥ ସିଂହ। ଏହା ସହିତ ରାଜନାଥ ଭାରତ-ରୁଷର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରିକୁ ଆହୁରି ମଜଭୁତ କରିବା ଲାଗି ଆଲୋଚନା ମଧ୍ୟ କରିବେ। ସେହିପରି ଭାରତ-ଚୀନ ସୀମା ବିବାଦ ଲାଗି ରହିଥିବାବେଳେ ରାଜନାଥଙ୍କ ରୁଷ ଗସ୍ତର ବେଶ୍‌ ଗୁରୁତ୍ଵ ରହିଛି। ସୀମା ବିବାଦ ପ୍ରସଙ୍ଗରେ ରୁଷ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥ ଭୂମିକା ଗ୍ରହଣ କରିବା ଲାଗି ମଧ୍ୟ ଉଦ୍ୟମ ଚଳାଇଛି।

ଋଷ ଗସ୍ତ ପୂର୍ବରୁ ରାଜନାଥ ସିଂହ ଟୁଇଟ କରି କହିଛନ୍ତି ଯେ, ଭାରତ-ରୁଷର ପ୍ରତିରକ୍ଷା ଏବଂ ରଣନୀତିକ ଭାଗିଦାରିକୁ ଆହୁରି ମଜଭୁତ କରିବା ଲାଗି ଆଲୋଚନା ହେବ। ଏଥିସହିତ ମସ୍କୋରେ ୭୫ତମ ବର୍ଷ ଉପଲକ୍ଷେ ହେଉଥିବା ପରେଡ୍‌ରେ ଯୋଗ ଦେବି ବୋଲି ରାଜନାଥ ଟୁଇଟ କରି କହିଛନ୍ତି। ରାଜନାଥାଙ୍କ ସହିତ ଋଷ ଗସ୍ତରେ ପ୍ରତିରକ୍ଷା ସଚିବ ଅଜୟ କୁମାର ମଧ୍ୟ ଯାଇଛନ୍ତି।

ରୁଷ ବିଦେଶ ମନ୍ତ୍ରୀ ସର୍ଗେଇ ଲାବରୋବ୍‌ ଜୁନ୍‌ ୨୩ରେ ରୁଷ-ଭାରତ-ଚୀନ(ଆରଆଇସି) ତ୍ରିପାକ୍ଷିକ ବିଦେଶ ମନ୍ତ୍ରୀ ଆଲୋଚନାରେ ଅଧ୍ୟକ୍ଷତା କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଭାରତ ଏବଂ ଚୀନ ମଧ୍ୟରେ ଉତ୍ତେଜନା ବଢୁଥିବାରୁ ମସ୍କୋ ମଧ୍ୟସ୍ଥତା କରିବା ଲାଗି ଉଦ୍ୟମ କରୁଥିବା ଜଣାପଡ଼ିଛି। ଗତ କିଛି ସପ୍ତାହ ହେବ ମସ୍କୋ ନୂଆଦିଲ୍ଲୀ ସହିତ ଆଲୋଚନା ଜାରି ରଖିଛି।

Comments are closed.