Odisha Link
Bridging the Missing Links in Odisha

ରାଜ୍ୟରେ ୯ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୪୬୯ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଥମୁନି କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ରାଜ୍ୟରେ ୨୦ ଜିଲ୍ଲାରୁ ୪୬୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ୯ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା। ରାଜ୍ୟରେ ବର୍ତ୍ତମାନ ୯୦୭୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୧୭ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରର ହୋଇଥିବା ବେଳେ ୧୫୨ ଜଣ ସ୍ଥାନୀୟ ବାସିନ୍ଦା। ଯାହା ରାଜ୍ୟ ସରକାର ପାଇଁ ଏକ ଚିନ୍ତାର ବିଷୟ। ୨ ରୁ ୩ ଦିନ ହେବ ରାଜ୍ୟରେ କ୍ରମାଗତ ଭାବେ ସ୍ଥାନୀୟ ବାସିନ୍ଦା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ଆଜି ଅନୁଗୁଳ ଜିଲ୍ଲାରୁ ୧୧, ବାଲେଶ୍ୱରରୁ ୮, ଭଦ୍ରକରୁ ୧୬, ବଲାଙ୍ଗିରରୁ ୩, କଟକରୁ ୯୪, ଗଜପତିରୁ ୧୨, ଗଞ୍ଜାମରୁ ୧୧୬, ଯାଜପୁରରୁ ୨୫, କଳାହାଣ୍ଡିରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୫, କେନ୍ଦୁଝରରୁ ୨୫, ଖୋର୍ଦ୍ଧା ରୁ ୨୭, ମାଲକାନଗିରିରୁ ୧, ମୟୁରଭଞ୍ଜରୁ ୬, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨୪, ପୁରୀରୁ ୮, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Comments are closed.