Odisha Link
Bridging the Missing Links in Odisha

ସଂଖ୍ୟା ବଢ଼ୁଛି ଚିନ୍ତା ବଢ଼ୁଛି: ଦିନକରେ ୨୪ ପଜିଟିଭ ଚିହ୍ନଟ, ମୋଟ ୧୮୮

ନୟାଗଡ଼: ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ କାୟା ବିସ୍ତାର କରିବାର ଲାଗିଛି ମହାମାରୀ କରୋନା। ଆଜି ଜିଲ୍ଲାରେ ଆଉ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲାରେ ୧୮୮ରେ ପହଁଞ୍ଚିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯାହାକୁ ନେଇ ଜିଲ୍ଲା ବାସୀଙ୍କୁ ଚିନ୍ତା ଘାରିଛି।

ନୟାଗଡ଼ ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏହି ଆକ୍ରାନ୍ତ ଜଣଙ୍କ ଭାପୁର ବ୍ଲକ ଅଞ୍ଚଳର ବୋଲି ଜଣା ପଡ଼ଇଛି। ସେ କିଛିଦିନ ହେବ ବାହାରୁ ଫେରି ବଡ଼ସହରା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ଜଣାଯାଇଛି। ଶନିବାର ଅପରାହ୍ନରେ ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରୁ ୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଓଡ଼ଗାଁ ବ୍ଲକ କୁରାଳ ୮ ଜଣ, ସୁନାମୁହିଁ ପଞ୍ଚାୟତରୁ ୧୨, ରଣପୁର ବ୍ଲକ କନ୍ଧ ନୟାଗଡ଼ ସଙ୍ଗରୋଧରୁ ୨ ଜଣ ଏବଂ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡରୁ ଜଣେ ହେଲଥ୍ ୱାର୍କର କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ରହିିଛି।। ଚିହ୍ନଟ ହେବା ପରେ ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଯାଇଛି।

ଜିଲ୍ଲାରେ ବର୍ତ୍ତମାନ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମଧ୍ୟରୁ ୫୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍‌ ।

Comments are closed.