Odisha Link
Bridging the Missing Links in Odisha

ହସ୍ପିଟାଲ କାନ୍ଥ ଡେଇଁ ଛୁ ମାରିଲେ କରୋନା ଆକ୍ରାନ୍ତ

ନବରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ମହାମାରୀ କରୋନା ଭାଇରସ୍‌ କାୟା ବିସ୍ତାର କରିବାରେ ଲାଗିଛି। ପିଜିଟିଭ ଚିହ୍ନଟ ହେଉଥିବା ଆକ୍ରାନ୍ତଙ୍କୁ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି। ଏସବୁ ସତ୍ତ୍ବେ ଜଣେ କରୋନା ପଜିଟିଭ ଆକ୍ରାନ୍ତ ହସ୍ପିଟାଲରୁ ଫେରାର ହୋଇଯାଇଛି। ଏଭଳି ଏକ ଖବର ଆସିଛି ନବରଙ୍ଗପୁର କୋଭିଡ ହସ୍ପିଟାଲରୁ। ମେଡିକାଲ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ହସ୍ପିଟାଲ ସୁପରିଣ୍ଟେଣ୍ଡେଣ୍ଟ ଥାନାରେ ଏତଲା ଦେଇଛନ୍ତି।

ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତ କାଲି ସକାଳୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର। ଯାହାକୁ ନବରଙ୍ଗପୁର ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି।

ପ୍ରକାଶଥାଉକି ଗତ ୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ବେନୋରାଜାନୀପାରା ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ରିପୋର୍ଟ ଆସିଲା ପରେ ଜିଲ୍ଲା ପ୍ରଶାସନ ତାକୁ ଘରୁ ଆଣି ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା ଚଳାଇଥିଲା।

ଗତକାଲି ପ୍ରତିଦିନିଆ ରୁଟିନ ଅନୁଯାୟୀ ସକାଳେ ୫.୫୦ରେ ତାର ଚେକଅପ କରାଯାଇଥିଲା। ପରେ ସକାଳ ପ୍ରାୟ ୭ ଘଣ୍ଟା ସମୟରେ ସେ କୋଭିଡ ହସ୍ପିଟାଲରେ ନଥିବା ଦେଖିବାକୁ ପାଇଥିଲେ। ଦାମୋଦର ହସ୍ପିଟାଲର କାନ୍ଥ ଡେଇଁ କେଉଁଆଡେ ଚାଲିଯାଇଥିବା ଜାଣିବାକୁ ମିଳିଥିଲା। ଏଖବର ପ୍ରକାଶ ପାଇବା ପରେ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ରହିବା ସହ ଶୀଘ୍ର ତାକୁ ଧରିବାକୁ ଦାବି କରୁଛନ୍ତି।

Comments are closed.