Odisha Link
Bridging the Missing Links in Odisha

ରାଜ୍ୟବାସୀଙ୍କୁୁ ନବୀନ ଦେଲେ ୩ଟି ମନ୍ତ୍ର, କହିଲେ..

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ କିଛି ଦିନ ହେବ କରୋନା ସଂକମ୍ରଣ ବ୍ୟାପିବାରେ ଲାଗିଛି। ଏହାରି ମଧ୍ୟରେ ରାଜ୍ୟରେ ଜାରି ରହିଛି ଅନ୍‌ଲକ୍‌ ୨ ପର୍ଯ୍ୟାୟ। ଏସବୁ ମଧ୍ୟରେ ଆଜି ପୁଣି ଥରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ ବାର୍ତ୍ତା ଜରିଆରେ ସେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରୁଛନ୍ତି।ବିନାଭକ୍ତରେ ଭଲରେ ଭଲରେ ମହାପ୍ରଭୁଙ୍କ ରଥଯାତ୍ରା ହୋଇଥିବାରୁ ସେବାୟତ, ଜିଲ୍ଲା ପ୍ରଶାସନ ଏବଂ ପୁରୀ ବାସୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏଥିସହିତ କରୋନା ଯୁଦ୍ଧ ଜିତିବା ପାଇଁ ତ୍ୟାଗ, ସଂଯମ ଓ ଶୃଙ୍ଖଳା ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଲେ, ରଥଯାତ୍ରା ସାରା ବିଶ୍ୱପାଇଁ ଉଦାହରଣ ସୃଷ୍ଟି କରିଛି; ପୁରୀବାସୀଙ୍କ ସଂଯମ ଓ ତ୍ୟାଗର ତୁଳନା ନାହିଁ;।କଟକଣାକୁ ମାନି ପୁରୀବାସୀ ବଡ଼ଦାଣ୍ଡକୁ ଓହ୍ଲାଇ ନାହାନ୍ତି। ଯାହାପାଇଁ ପୁରୀ ଆଜି ସାରା ନୂଆ ବିଶ୍ୱକୁ ବାଟ ଦେଖାଇଛି ବୋଲି ନବୀନ କହିଛନ୍ତି।

ଏଥିସହିତ ନବୀନ ଆହୁରି କହିଛନ୍ତି ଯେ, ଆପଣମାନେ ଜାଣନ୍ତି ବର୍ତ୍ତମାନ ସାରା ଦେଶ ଅନଲକ ହେବା ଆରମ୍ଭ କରିଛି। ଆଉ ବିଶେଷ କିଛି କଟକଣା ନାହିଁ। ସାରା ବିଶ୍ବରେ କୋଭିଡ ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ ଦିନରେ ଲକ୍ଷେ ବଢୁଛି। ଆମ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢୁଛି।ବର୍ଷା ଋତୁ ପାଇଁ ମୁଁ ଆପଣମାନଙ୍କୁ ଆଗରୁ ସାବଧାନ କରିଥିଲି। କୋଭିଡ୍‌ ପାଇଁ Vaccine ବା Medicine ନ ବାହାରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ବାଭାବିକ ହେବ ନାହିଁ । ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ। ମୁଁ ପୁଣିଥରେ ଆପଣମାନଙ୍କୁ ଅନୁରୋଧ କରୁଛି ଆପଣମାନେ କୋଭିଡ ଗାଇଡଲାଇନକୁ କଡାକଡି ଭାବରେ ପାଳନ କରନ୍ତୁ ବୋଲି ନବୀନ କହିଛନ୍ତି।

ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ। ବାହାରେ, ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର କରନ୍ତୁ।।ସାମାଜିକ ଦୂରତା ରକ୍ଷା କରନ୍ତୁ। ବାରମ୍ବାର ସାବୁନରେ ଭଲଭାବରେ ହାତ ଧୁଅନ୍ତୁ। ଗହଳି କରନ୍ତୁ ନାହିଁ କିମ୍ବା ଗହଳିକୁ ଯାଆନ୍ତୁ ନାହିଁ। ବୟସ୍କ ଲୋକ ଓ ଶିଶୁମାନଙ୍କର ବିଶେଷ ଯତ୍ନ ନିଅନ୍ତୁ। ଯୁବ ସମାଜକୁ ମୋର ବିଶେଷ ଅନୁରୋଧ ସେମାନେ କୋଭିଡ ନିୟମକୁ ଠିକ ଭାବରେ ପାଳନ କରନ୍ତୁ। ଆପଣ ସଂକ୍ରମିତ ହେଲେ ଆପଣଙ୍କର ବାପା, ମାଆ, ପରିବାର, ପିଲାମାନଙ୍କ ସଂକ୍ରମଣ ଆଶଙ୍କା ବଢିବ। ତେଣୁ କେବେବି ହେଳା କରନ୍ତୁ ନାହିଁ, ସତର୍କ ରୁହନ୍ତୁ ବୋଲି ନବୀନ କହିଛନ୍ତି।

Comments are closed.