Odisha Link
Bridging the Missing Links in Odisha

ବିଜୟ ମହାନ୍ତିଙ୍କୁ ନେଇ ଗୁଜବ, ପ୍ରତିକ୍ରିୟା‌ ରଖିଲେ ସବ୍ୟସାଚୀ

ଭୁବନେଶ୍ବର: ଓଡ଼ିଆ ସିନେମା ଜଗତର ଅନ୍ୟତମ ଶିଖର ପୁରୁଷ ବିଜୟ ମହାନ୍ତି ଦୀର୍ଘଦିନ ଧରି ଅସୁସ‌୍ଥ ଥିବା ବେଳେ ପ୍ରଥମେ ହାଇଦ୍ରାବାଦ ଓ ଏବେ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସାମାଜିକ ଗଣମାଧ୍ୟମରେ ଆଜି କିଛି ନକରାତ୍ମକ ଗୁଜବ ବିଜୟଙ୍କ ପ୍ରଶଂସକଙ୍କୁ ମର୍ମାହତ କରିଛି। ଏ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର।

ଆଜି ବିଳମ୍ବିତ ରାତିରେ (୬-୭ ଜୁଲାଇ) ବିଜୟଙ୍କୁ ନେଇ ଫେସ୍‌ବୁକ୍‌ ଓ ହ୍ବାଟ୍‌ସଆପ୍‌ରେ ଗୁଜବ ଘୂରିବୁଲିଥିଲା। କିଛି ବ୍ୟବହାରକାରୀ ଏଭଳି ଗୁଜବକୁ ବିଶ୍ବାସ କରି ବିଜୟଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଆରମ୍ଭ କରି ଦେଇଥିଲେ। ତେବେ ଗୁଜବ ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି ସବ୍ୟସାଚୀ।

ସବ୍ୟସାଚୀ ଫେସ୍‌ବୁକ୍‌ରେ ଲେଖିଛନ୍ତି- ବିଜୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି। ସାମାନ୍ୟ କିଛି ପସନ୍ଦ ହାତେଇବା ଲକ୍ଷ୍ୟରେ ଦୟାକରି ଏଭଳି ମିଛ ଲେଖା ପ୍ରଚାର କରନ୍ତୁନାହିଁ। ଯେଉଁମାନେ ଏଭଳି ପୋଷ୍ଟ୍‌ ଛାଡ଼ିଛନ୍ତି ତୁରନ୍ତ ହଟାଇବା ସହ କ୍ଷମାମାଗନ୍ତୁ। ବିଜୟ ସାର୍‌ ଦୀର୍ଘଜୀବୀ ହୁଅନ୍ତୁ।

Comments are closed.