Odisha Link
Bridging the Missing Links in Odisha

କ୍ବାରାଣ୍ଟିନରେ ରହିଲେ ପ୍ରତାପ ନନା

ଭୁବନେଶ୍ବର: ହୋମ କ୍ବାରାଣ୍ଟନିରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ ହେବା ପରେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ମାନି, ସେ ଦିଲ୍ଲୀ ସ୍ଥିତ ନିଜ ସରକାରୀ ବାସଭବନରେ ସଂଗରୋଧରେ ଅଛନ୍ତି ବୋଲି ଟୁଇଟ କରି ଜଣାଇଛନ୍ତି।

ଗତ ୨ ତାରିଖରେ ବାଲେଶ୍ୱରର ପୂର୍ବତନ ବିଧାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଧାୟକ ଶ୍ରୀ ନାୟକଙ୍କ ସହ ସେ ମିଳାମିଶା କରିଥିଲେ। ୩ ତାରିଖରେ ମଧ୍ୟ ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ଏକାଠି ହୋଇଥିଲେ।

Comments are closed.