Odisha Link
Bridging the Missing Links in Odisha

ମୋତେ କରୋନା ହୋଇଥିଲା: ସମ୍ବିତ ପାତ୍ର

ଭୁବନେଶ୍ବର: କିଛି ଦିନ ତଳେ କରୋନା ଲକ୍ଷଣ ସନ୍ଦେହରେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଡାକ୍ତରଖାନା ଯାଇଥିଲେ। ତେବେ ତାଙ୍କର ନମୁନା ପରୀକ୍ଷଣ ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଏହା ଜୁନ୍‌ ୮ ତାରିଖ ଘଟଣା। ତେବେ ଆଜି ନିଜର ପ୍ଲାଜ୍‌ମା ଦାନ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସମ୍ବିତ। ପୂର୍ବରୁ ତାଙ୍କୁ କରୋନା ହୋଇଥିବା ସେ ଜଣାଇଛନ୍ତି।

ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ତାଙ୍କର ରକ୍ତ ପ୍ଲାଜ୍‌ମା ଅନ୍ୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ। ସମ୍ବିତ ଆଜି ଟୁଇଟ୍‌ କରି ଲେଖିଛନ୍ତି ଯେ ସେ କରୋନା ଆକ୍ରାନ୍ତ ହୋଇଥିଲେ ଓ ସୁସ୍ଥ ହୋଇ ଉଠିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆହ୍ବାନରେ ସେ କରୋନା ଚିକିତ୍ସା ପାଇଁ ପ୍ଲାଜ୍‌ମା ଦାନ କରିଥିବା ଉଲ୍ଲେଖ କରିଛନ୍ତି।

ସମ୍ବିତଙ୍କ ଏଭଳି ଦାବିକୁ ନେଇ ଇଣ୍ଟରନେଟ୍‌ ବ୍ୟବହାରକାରୀ ଦୁଇଫାଳ ହୋଇଛନ୍ତି। ଥୋକେ ତାଙ୍କର ଏ କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଆଉ ଥୋକେ ସନ୍ଦେହ ପ୍ରକଟ କରିଛନ୍ତି। ପୂର୍ବରୁ ନେଗେଟିଭ୍‌ ବୋଲି ରିପୋର୍ଟ ଆସିଥିବା ସମ୍ବିତ କେବେ ପୁଣି ପଜିଟିଭ୍‌ ହେଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟିହୋଇଛି।