Odisha Link
Bridging the Missing Links in Odisha

ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢ଼ିଲା ଦ୍ୱନ୍ଦ୍ୱ, ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟରେ ନାହିଁ ତାଳ ମେଳ

ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ଅପରପକ୍ଷେ କରୋନା ତଥ୍ୟକୁ ନେଇ ତାଳମେଳ ରହୁନଥିବା ଦେଖିବାକୁ ମିଳିଛି। ଯାହାକି ଜନସାଧାରଣଙ୍କ ପାଇଁ ଚିନ୍ତାର କରାଣ ପାଲଟିଛି। ଭୁବନେଶ୍ୱର କରୋନା ଆକ୍ରାନ୍ତଙ୍କୁ ନେଇ ବଢିଲା ଦ୍ୱନ୍ଦ୍ୱ। ଭୁବନେଶ୍ୱର ମହାନଗର ନିଗମ ଓ ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ମଧ୍ୟରେ ତାଳମେଳ ରହୁନି। ଯାହାକୁ ନେଇ ଚିନ୍ତା ବଢୁଛି।

ଆଜି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ କରି କୁହାଯାଇଛି ଯେ ରାଜଧାନରେ ୩୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସକାଳେ ଦିଆଯାଇଥିବା ତାଲିକାରେ ଖୋର୍ଦ୍ଧାରୁ ଆଜି ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି। ଯାହାକୁ ନେଇ ଦ୍ବନ୍ଦ ବଢ଼ିବାରେ ଲାଗିଛି।

ଆଜି ଭୁବନେଶ୍ୱରରୁ ୩୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨୬ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୨ଜଣ ସ୍ଥାନୀୟ ଲୋକ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪୦ ପହଁଞ୍ଚିଛି। ସେହିପରି ୬ଜଣ ସୁସ୍ଥ ହୋଇଥିବା ସୂଚନା ରହିଛି । ଆଜିର ୬ ଜଣ ସୁସ୍ଥକୁ ମିଶାଇ ୩୧୪ରେ ସୁସ୍ଥ ହୋଇଛନ୍ତି। ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୧୭।

Comments are closed.