Odisha Link
Bridging the Missing Links in Odisha

ଓଡ଼ିଆ ଭଜନ ଗାଇ ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍‌ ରାନୀ ପଣ୍ଡା, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: କଣ୍ଟ୍ରୋଭର୍ସି କୁଇନ୍‌ ରାନୀ ପଣ୍ଡାଙ୍କୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି। ସର୍ବଦା ବିବାଦରେ ରହୁଥିବା ରାନୀ ପଣ୍ଡା ଏବେ ଗୋଟିଏ ପରେ ଗୋଟିଏ ଭଲ କାମ କରି ଚର୍ଚ୍ଚାରେ ରହୁଛନ୍ତି। ପ୍ରଥମେ କରୋନା ମୁକାବିଲା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ୫୦ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରିଥିଲେ। ଏହା ପରେ ବିଜୟ ମହାନ୍ତିଙ୍କ ମୃତ୍ୟୁ ଖବର ଗୁଜବକୁ ନେଇ ପ୍ରଶ୍ନ ଉଠାଇବା ସହ କର୍କଟ ରୋଗରେ ପୀଡ଼ିତ ଆଲବମ୍‌ କୁଇନ୍‌ ଦୀପା ସାହୁଙ୍କୁ ସାହାଯ୍ୟ କରିବାକୁ ନେଇ ପ୍ରଶଂସାର ପାତ୍ର ସାଜିଛନ୍ତି ରାନୀ ପଣ୍ଡା।

ଏବେ ରାଧେ ରାଧେ ନାମକ ଏକ ଭଜନକୁ ନେଇ ଚର୍ଚ୍ଚାରେ ରାନୀ ପଣ୍ଡା। କାରଣ ରାନୀ ପଣ୍ଡା ଏହି ଗୀତଟିକୁ ଗାଇଛନ୍ତି। ରଥଯାତ୍ରା ସମୟରେ ରାନୀଙ୍କ ଏକ ଭଜନ ଗୀତ ‘ରାଧେ ରାଧେ’ ଏକ ୟୁଟ୍ୟୁବ ଚ୍ୟାନେଲରେ ମୁକ୍ତିଲାଭ କରିଥିଲା। ତାଙ୍କର ଏହି ଗୀତଟକିୁ ସପ୍ତାହ ମଧ୍ୟରେ ୫,୫୫,୦୦୦ ଲୋକ ଦେଖିଛନ୍ତି ଏବଂ ୨୫,୦୦୦ ଲାଇକ୍ ପାଇଛନ୍ତି। ବିଷ୍ଣୁମୋହନ କ୍ରିଏସନ ଦ୍ବାରା ପ୍ରସ୍ତୁତ ଏହି ମ୍ୟୁଜିକ୍ ଭିଡିଓଟି ଯତୀନ୍ଦ୍ର ପ୍ରଧାନଙ୍କ ଦ୍ୱାରା ରଚିତ ଏବଂ ରଶ୍ମିରଂଜନ ପଣ୍ଡାଙ୍କ ଦ୍ୱାରା ନିର୍ଦ୍ଦେଶିତ ହେଉଛି। ଏହି ଭିଡିଓରେ ରାନୀଙ୍କ ଗୀତ ପ୍ରତିଭା ସ୍ପଷ୍ଟ ଭାବରେ ପ୍ରଦର୍ଶିତ ହୋଇଛି।

Comments are closed.