ଗଜପତି ପରେ ୨ ଜିଲ୍ଲାବାସୀଙ୍କୁ ଅନୁଗୁଳ ମନା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି ମହାମାରୀ କରୋନା ଭାଇରସ୍। ରାଜ୍ୟର ସମସ୍ତ ଜିଲ୍ଲାରେ କରୋନା ସ୍ଥିତି ବେକାବୁ। ଏହାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ନେଉଛନ୍ତି ବଡ଼ ପଦକ୍ଷେପ।
କରୋନା ଭୟାବହତାକୁ ନଜରରେ ରଖି ବିଭିନ୍ନ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜ ନିଜର ସୀମାଗୁଡ଼ିକ ସିଲ କରିଦେଉଛି ଜିଲ୍ଲା ପ୍ରଶାସନ। ଗଜପତି ଜିଲ୍ଲା ପରେ ଯାଜପୁର ଓ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଅନୁଗୁଳ ଯିବା ଉପରେ କଟକଣା ଜାରି କରାଯାଇଛି।
ଅନୁଗୁଳ ଯାଇପାରିବେନି ଗଞ୍ଜାମ ଓ ଯାଜପୁର ଜିଲ୍ଲା ବାସିନ୍ଦା। ଏନେଇ ର୍ଦ୍ଦେଶନାମା ଜାରି କରିଛନ୍ତି ଅନୁଗୁଳ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି। ନିୟମ ଉଲଂଘନ କଲେ ରହିବାକୁ ପଡିବ ୧୪ ଦିନିଆ କ୍ବାରାଣ୍ଟିନରେ। ଅନୁଗୁଳ ଜିଲ୍ଲାରେ ଏହା ମଧ୍ୟରେ ଆକ୍ରାନ୍ତ ସଂଖ୍ୟା ୧୨୨ରେ ପହଁଚିଗଲାଣି। ତେବେ ଅଧିକାଂଶ ଆକ୍ରାନ୍ତ ଗଞ୍ଜାମ ଓ ଯାଜପୁର ଫେରନ୍ତା ବୋଲି ଜଣାପଡିବା ପରେ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତି ନେଇଛି।