Odisha Link
Bridging the Missing Links in Odisha

କୋଭିଡ ନିୟମକୁ ଫୁ କଲେ ନାଏବ-ସରପଞ୍ଚ, ଗିରଫ ସଙ୍ଗେ ହେଲେ ନିଲମ୍ବିତ

ଗଞ୍ଜାମ: ରାଜ୍ୟରେ ମହାମାରୀ କରୋନା ଭୟାବହତାର ରୂପ ନେଉଛି। ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ରାଜ୍ୟର ଗଞ୍ଜାମ ଜିଲ୍ଲା ଏହି ମହାମାରୀ କବଳରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ୩୫ଶହରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ହେଲେ ବି ଗଞ୍ଜାମ ଜିଲ୍ଲାରେ କୋଭିଡ କଟକଣାକୁୁ ଉଲଘଂନ କରିଛନ୍ତି ପୋଲସରା ବ୍ଳକ ଜେ.ଡେଙ୍ଗାପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମର୍ଦରାଜପୁର ଗ୍ରାମର ଗ୍ରାମବାସୀ।

କୋଭିଡ୍ ନିୟମକୁ ଉଲଙ୍ଘନ କରି ହନୁମାନ ମନ୍ଦିର ପ୍ରତିଷ୍ଠା କରିବା ଓ ନାମ ଯଜ୍ଞ ଆୟୋଜନ କରି ଶହ ଶହ ଲୋକ ଜମା କରିବା ଅଭିଯୋଗ ହୋଇଛି। ପୋଲସରା ବିଡ଼ିଓ ଏନଇ ଥାନାରେ ମଧ୍ୟ ଏତଲା ଦେଇଛନ୍ତି। ଏତଲା ଆଧାରରେ ଗ୍ରାମ ପଞ୍ଚାୟତର ନାଏବ୍ ସରପଞ୍ଚ କୃଷ୍ଣ ଚନ୍ଦ୍ର ଯେନା ଓ ପୂଜକ ସମେତ ଅନ୍ୟ ୧୦ ଜଣଙ୍କୁ ପୁଲିସ ଗିରଫ କରିଛି। କୋଭିଡ-୧୯ ନିୟମ ଓ କଟକଣା ଉଲଙ୍ଘନ କରିଥିବା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ପୋଲସରା ବ୍ଲକର ମର୍ଦ୍ଦରାଜପୁର ଗାଁର ଯଜ୍ଞରେ ୫ଶହରୁ ଅଧିକ ଲୋକଙ୍କ ସମାଗମ କରି ପଞ୍ଚମୁଖୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ନାଏବ ସରପଞ୍ଚ ଏକ ବିରାଟ ଯଜ୍ଞ ଆୟୋଜନ କରିଥିଲେ। । ଏଥିରେ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ। ଘଣ୍ଟ ମୃଦଙ୍ଗ ବାଜିବା ସହିତ ସହ ବାଣ ଫୁଟିଥିଲା। ଶହ ଶହ ମହିଳା କଳସ ଯାତ୍ରା କରିଥିଲେ। ଏହି ବିରାଟ ଯଜ୍ଞକୁ ମର୍ଦ୍ଦରାଜପୁର ଗାଁର ଜଣେ ଯୁବକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା ସୋସିଆଲ ମିଡିଆରେ ଏହି ଯଜ୍ଞର ଭିଡିଓ ଭାଇରାଲ ହୋଇଥିଲା।

Comments are closed.