Odisha Link
Bridging the Missing Links in Odisha

କରୋନା: ଆଉ ୩ ମୃତ, ମୋଟ ୬୪

ଭୁବନେଶ୍ବର: ଆଜି ରାଜ୍ୟର ୨୧ଟି ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩ଜଣଙ୍କର ମୃତ୍ୟୁ ହୋଇଛି।ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସୂଚନାଅନୁସାରେ, କରୋନାରେ ମୃତ୍ୟୁ ବରଣ କରିଥିବା ୩ ଆକ୍ରାନ୍ତ ସମସ୍ତେ ଗଞ୍ଜାମ ଜିଲ୍ଲାର। ଫଳରେେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୦୧ ଜଣ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ ହୋଇଛନ୍ତି। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୨୩୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ବାଲେଶ୍ୱରରୁ ୧୧, ବରଗଡରୁ ୩, ଭଦ୍ରକରୁ ୧୧, ବଲାଙ୍ଗୀର ୧, କଟକରୁ ୧୧, ଗଜପତିରୁ ୨୦, ଜଗତସିଂପୁରରୁ ୫, ଯାଜପୁରରୁ ୯୭, କଳାହାଣ୍ଡିରୁ ୪, କେନ୍ଦ୍ରାପଡାରୁ ୨, କେଉଁଝରରୁ ୩, ଖୋର୍ଦ୍ଧା ୭୬, କୋରାପୁଟରୁ ୪୪, ମାଲକାନଗିରିରୁ ୩୬, ମୟୂରଭଞ୍ଜରୁ ୧୪, ନୟାଗଡରୁ ୫, ପୁରୀରୁ ୧୦, ରାୟଗଡା ଓ ସମ୍ବଲପୁରର ୨ ଜଣ ଲେଖାଏଁ ଏବଂ ସୁନ୍ଦରଗଡରୁ ୮ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ ଲକ୍ଷ ୩୪ ହଜାର ୫୨୭ଟି ନମୂନା ପରୀକ୍ଷଣ କରାଯାଇ ଥିବା ବେଳେ ୧୩ ହଜାର ୧୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାର ୩୬୦ ଜଣ ସୁସ୍ଥ ହୋଇଥିବା ବେଳେ ୬୪ ଜଣଙ୍କର ମହାମାରୀ କରୋନାରେ ମୃତ୍ୟୁ ହୋଇଛି ଏବଂ ୨୦ ଜଣ କରୋନା ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ରାଜ୍ୟରେ ୪ ହଜାର ୬୭୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Comments are closed.