Odisha Link
Bridging the Missing Links in Odisha

କରୋନା: ୨୩ ଜିଲ୍ଲାରୁ ୬୧୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ଆଉ ୬୧୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସହଖ୍ୟା ୧୩,୭୩୭ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୪୧୫ ଜଣ କ୍ବାରାଣ୍ଟିନ ସେଣ୍ଟରରେ ରହୁଥିବା ବେଳେ ବେଳେ ୨୦୧ ଟି ସ୍ଥାନୀୟ ଆକ୍ରନ୍ତ ବୋଲି ସୂଚନା ମିଳିଛି। ଆଜି ଅନୁଗୁଳ ୭, ବାଲେଶ୍ୱର ୨୭, ବରଗଡ଼ ୩୧, ଭଦ୍ରକ ୨, ବଲାଙ୍ଗିର ୨, କଟକ ୨୩, ଢେଙ୍କାନାଳ ୭, ଗଜପତି ୧, ଗଂଜାମ ୨୮୩, ଜଗତସିଂହପୁର ୧୮, ଯାଜପୁର ୧୭, ଝାରସୁଗୁଡ଼ା ୧୧, କନ୍ଧମାଳ ୬, କେନ୍ଦ୍ରାପଡ଼ା ୧, କେନ୍ଦୁଝର ୨୩, ଖୋର୍ଦ୍ଧା ୨୯, କୋରାପୁଟ ୫୦, ମାଲକାନଗିରି ୧୪, ମୟୁରଭଂଜ ୧୩, ନବରଙ୍ଗପୁର ୪୦, ନୂଆପଡ଼ା ୫, ପୁରୀ ୧, ସୁନ୍ଦରଗଡ଼ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ୧୩,୭୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୯୬ଟି ମାମଲା ସକ୍ରିୟ ରହିଥିବା ୮୭୫୦ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି।

Comments are closed.