Odisha Link
Bridging the Missing Links in Odisha

ରାଜଧାନୀରେ କରୋନା: ଆଜି ଆଉ ୮୭ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। କରୋନ ସଂକ୍ରମଣ ଚେନକୁ ବ୍ରେକ ଲଗାଇବା ପାଇଁ ଲକ୍‌ଡାଉନ୍‌ କଟକଣା ଜାରି ହୋଇଛି। ଆଜି ରାଜଧାନୀରେ ଆଉ ୮୭ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜଧାନୀରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ବିଏମ୍‌ସି।

ଆଜି ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୧ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ବିଏମ୍‌ସି।

ବର୍ତ୍ତମାନ ଭୁବନେଶ୍ବରରେ ୧୧୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୯୪ ଜଣ ସୁସ୍ଥ ହୋଇ ଫେରିଛନ୍ତି। ଅପରପକ୍ଷେ ୬୨୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ୧୧ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।

Comments are closed.