Odisha Link
Bridging the Missing Links in Odisha

ଜୁଲାଇ ୨୫ରୁ ୨୨ ଦିନ ସଟ୍‌ଡାଉନ୍ ପାରାଦୀପ ଆଇଓସିଏଲ

ପାରାଦୀପ: ଜୁଲାଇ ୨୫ ତାରିଖରୁ ୨୨ ଦିନ ଯାଏଁ ସଟ୍‌ଡାଉନ୍‌ ହେବ ପାରାଦୀପ ଆଇଓସିଏଲ୍। ଏନେଇ ସୂଚନା ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜୁଲାଇ ୨୫ ତାରିଖରୁ ଅଗଷ୍ଟ ୧୫ ଯାଏଁ କମ୍ପାନୀର ମରାମତି କାରଣରୁ ୨୨ ଦିନ ପାଇଁ କାରଖାନାକୁ ସଟଡାଉନ କରାଯିବ।

୨୦୧୮ ମାର୍ଚ୍ଚ ମାସରୁ କାରଖାନାର ମରାମତି କାମ ହୋଇନି । ଏହାକୁ ସଟଡାଉନ୍ କରାଯାଇ ଇଂଜିନିୟରଙ୍କ ଜରିଆରେ ଏହାର ମରାମତି କାମ କରାଯିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ମରାମତି ସମୟରେ କାରଖାନାରେ ଆଖପାଖ ଅଞ୍ଚଳର ଯେଉଁ ଶ୍ରମିକ ନିୟୋଜିତ ହେବେ ସମସ୍ତଙ୍କୁ ମାସ୍କ , ଗ୍ଲୋବସ୍ ଏବଂ ସାନିଟାଇଜର ବ୍ୟବହାର କରି କରୋନା କଟକଣା ପାଳନ କରିବାକୁ କୁହାଯାଇଛି ।

ସଟଡାଉନ୍ ସମୟରେ କମ୍ପାନୀ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯିବ । ବନ୍ଦ ରହିବ କମ୍ପାନୀର ଆଖପାଖ ଦୋକାନ ବଜାର । ଏହି ନିଷ୍ପତିକୁ ସମସ୍ତ ଜନସାଧାରଣଙ୍କୁ ସହ ଯୋଗ କରିବାକୁ ନିବେଦନ କରିଛି ଜଗତସିଂହପୁର ଜିଲ୍ଲା ପ୍ରଶାସନ ।

Comments are closed.