Odisha Link
Bridging the Missing Links in Odisha

ଲକ୍‌ଡାଉନ୍‌ ଅଞ୍ଚଳରେ ଏଣିକି ସକାଳ ୮ରୁ ଦିନ ୨ ବ୍ୟାଙ୍କ ଖୋଲା

ଭୁବନେଶ୍ବର: କରୋନା ସଂକ୍ରମଣକୁ ରୋକିବାକୁ ପାଇଁ ରାଜ୍ୟର ୪ ଜିଲ୍ଲା ଓ ରାଉରକେଲାରେ ଲାଗୁ ହୋଇଛି ଲକ୍‌ଡାଉନ୍‌ କଟକଣା। ଏହାକୁ ନଜରରେ ରଖି ରାଜ୍ୟ ସରକାର ନେଇଛନ୍ତି ପଦକ୍ଷେପ। ରାଜ୍ୟର ଯେଉଁ ସବୁ ଅଞ୍ଚଳରେ ଲକ୍‌ଡାଉନ୍ କଟକଣା ଜାରି ରହିଛି ଏଣିକି ସେହି ସବୁ ସ୍ଥାନରେ ସକାଳ ୮ଟାରୁ ଦିନ ୨ଟା ପର୍ଯନ୍ତ ବ୍ୟାଙ୍କ ଖୋଲା ରହିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଗ୍ରାହକ ମାନଙ୍କୁ ଦିନ ଗୋଟାଏ ଯାଏ ବ୍ୟାଙ୍କିଙ୍ଗ ସେବା ମିଳିପାରିବ। ଆସନ୍ତାକାଲି ୨୦ ତାରିଖଠାରୁ ଏହି ନୂଆ ନିୟମ ଲାଗୁ ହେବ।

ଲକଡାଉନ୍ ଲାଗୁ ହୋଇଥିବା ଖୋର୍ଦ୍ଧା, କଟକ, ଗଞ୍ଜାମ ଓ ଯାଜପୁର ଜିଲ୍ଲା ତଥା ରାଉରକେଲା ମହାନଗର ନିଗମ ଅଞ୍ଚଳରେ ଏହି ନୂଆ ନିୟମ ଲାଗୁ ହେବ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଆଦେଶ ଜାରି କରାଯାଇଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ।

ତେବେ ଏହି ସମୟରେ ସେମାନଙ୍କ ମାନବ ସମ୍ବଳର ୫୦%ରୁ ଅଧିକ କର୍ମଚାରୀ ବ୍ୟାଙ୍କରେ କାର୍ଯ୍ୟ କରିବେ ନାହିଁ। ସାମାଜିକ ଦୂରତା ନିୟମ କଡାକଡି ଭାବେ ପାଳନ କରାଯିବ। ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୁଲିସ ସେମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବେ।

Comments are closed.