Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: କରୋନା ମୃତକଙ୍କ ଅନ୍ତିମ ସଂସ୍କାର ପାଇଁ ୭୫୦୦ ଟଙ୍କା

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଗୁଡ଼ୁଛି କରୋନା ସ୍ଥିତି। ଏପରିକି ରାଜ୍ୟ ୯୭ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ଆକ୍ରାନ୍ତଙ୍କ ମୃତ୍ୟୁପରେ ମୃତ ବ୍ୟକ୍ତିଙ୍କ ଶବକୁ ବାରମ୍ବାର ଅସମ୍ମାନ ପରେ ଚେତିଲେରାଜ୍ୟ ସରକାର। ଏଭଳି ଶବ ଅସମ୍ମାନ ଖବରକୁ ନଜରରେ ରଖି ରାଜ୍ୟ ସରକାର କରିଛନ୍ତି ବଡ଼ ଘୋଷଣା।

ଏଣିକି କରୋନାରେ ପ୍ରାର ହରାଇଥିବା ବ୍ୟକ୍ତିଙ୍କ ଶବ ସତ୍କାର କଲେ ମିଳିବ ଆର୍ଥିକ ସହାୟତା। ପ୍ରତି ଶବ ଦାହ ପିଛି ୭,୫୦୦ ଅର୍ଥ ରାଶି ଯୋଗାଇଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

Comments are closed.