ବଡ଼ ଖବର: ଦିନକରେ ୧୦୭୮ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଆଜି ରାଜ୍ୟର ୨୮ଟି ଜିଲ୍ଲାରୁ ୧୦୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭା ପକ୍ଷରୁ ସୂଚନା ରହିଛି।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ବାରାଣ୍ଟିନ୍ ସେଣ୍ଟରର ହୋଇଥିବା ବେଳେ ୩୫୭ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକୁ ଦିନ ସ୍ଥାନୀୟ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର। ସବୁଦିନ ପରି ଆଜି ମଧ୍ୟ ଗଞ୍ଜାମରୁ ସର୍ବାଧିକ ୩୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପିରି ଖୋର୍ଦ୍ଧା ୧୨୧, ରାୟଗଡା ୯୬, କଟକ ୫୭, ଅନୁଗୁଳ ୧, ବାଲେଶ୍ୱର ୧୦, ବରଗଡ ୨୬, ଭଦ୍ରକ ୧, ବଲାଙ୍ଗୀର ୬, ବୌଦ୍ଧ ୩, ଢେଙ୍କାନାଳ ୨, ଗଜପତି ୨୪, ଜଗତସିଂହପୁର ୩୫, ଯାଜପୁର ୨୦, ଝାରସୁଗୁଡା ୩୪, କଳାହାଣ୍ଡି ୧୫, କନ୍ଧମାଳ ୧୩, କେନ୍ଦ୍ରାପଡା ୨୪, କେନ୍ଦୁଝର ୧୬, ମାଲକାନଗିରି ୬୬, ମୟୂରଭଞ୍ଜ ୧୩, ନବରଙ୍ଗପୁର ୧୭, ନୟାଗଡ ୫, ପୁରୀ ୨୮, ସମ୍ବଲପୁର ୨୦, ସୋନପୁର ୧୦, ସୁନ୍ଦରଗଡରୁ ୨୯ ଜଣ ଚିହ୍ନଟ ହୋଇଛନ୍ତି।
22. Nawarangpur: 17
23. Nayagarh: 5
24. Puri: 28
25. Rayagada: 96
26. Sambalpur: 20
27. Sonepur: 10
28. Sundargarh: 29New Recoveries: 400
Cumulative Tested: 410921
Positive: 19835
Recovered: 13309
Active Cases: 6387— I & PR Department, Odisha (@IPR_Odisha) July 22, 2020
Comments are closed.